ସାରା ବିଶ୍ୱରେ ତୃତୀୟ ଡୋଜକୁ ନେଇ ବିତର୍କ ଆରମ୍ଭ

କୋଭିଡ-୧୯ ବିରୋଧରେ ତୃତୀୟ ଡୋଜକୁ ନେଇ ସାରା ବିଶ୍ୱରେ ଏକ ବିତର୍କ ଚାଲିଛି। ଏହି ସମୟରେ ମୁମ୍ବାଇର କିଛି ସ୍ୱାସ୍ଥ୍ୟ କର୍ମୀ, ନେତା

0

(ଦିଲ୍ଲୀ) : କୋଭିଡ-୧୯ ବିରୋଧରେ ତୃତୀୟ ଡୋଜକୁ ନେଇ ସାରା ବିଶ୍ୱରେ ଏକ ବିତର୍କ ଚାଲିଛି। ଏହି ସମୟରେ ମୁମ୍ବାଇର କିଛି ସ୍ୱାସ୍ଥ୍ୟ କର୍ମୀ, ନେତା ଏବଂ ସେମାନଙ୍କ କର୍ମଚାରୀଙ୍କୁ ତୃତୀୟ ଡୋଜ ମିଳିଥିବାର ଖବର ରହିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ତୃତୀୟ ଡୋଜ ବିଷୟରେ ଅନେକ ଦେଶ ଉପରେ ପ୍ରଶ୍ନ କରିସାରିଛି। କିଛି ରାଜନେତା, ସ୍ୱାସ୍ଥ୍ୟ କର୍ମୀ ଏବଂ ସେମାନଙ୍କ କର୍ମଚାରୀ କୋଭିଡ-୧୯ଟି କା ର ତୃତୀୟ ଡୋଜ ହାଜଲ କରିଛନ୍ତି। ରିପୋର୍ଟ ଅନୁଯାୟୀ, ସହରର ଅଲଗା ଅଲଗା ହସ୍ପିଟାଲରେ କୋଓ୍ବିନ୍‌ରେ ପଞ୍ଜୀକୃତ କିମ୍ବା ଭିନ୍ନ ନମ୍ବର ବ୍ୟବହାର କରି ସ୍ୱାସ୍ଥ୍ୟ କର୍ମୀମାନେ ତୃତୀୟ ଡୋଜ ନେଇଛନ୍ତି।

ସୂଚନାନୁଯାୟୀ , ଏହି ରିପୋର୍ଟରେ ଜଣେ ବରିଷ୍ଠ ଚିକିତ୍ସକଙ୍କ ଉଦ୍ଧେଶ୍ୟରେ କୁହାଯାଇଛି, ‘ଏହି ତାଲିକାରେ ଡାକ୍ତରଙ୍କ ନାମ ଅନ୍ତର୍ଭୁକ୍ତ, ଯେଉଁମାନେ ମୁଖ୍ୟତଃ ଫେବୃଆରୀ ପର୍ଯ୍ୟନ୍ତ ଉଭୟ ଡୋଜ ନେଇଥିଲେ ଏବଂ ପରୀକ୍ଷଣରେ ଆଣ୍ଟିବଡି ସ୍ତର ହ୍ରାସ ପାଇଥିଲା। ଏହି ଖବର ଅନୁଯାୟୀ ଜଣେ ଯୁବ ରାଜନେତା ତାଙ୍କର ପତ୍ନୀ ଏବଂ କର୍ମଚାରୀମାନେ ବୁଷ୍ଟର ଡୋଜ ନେଇଛନ୍ତି । ଡାକ୍ତରଖାନାର ସୂତ୍ର ଅନୁଯାୟୀ, ବୁଷ୍ଟର ଡୋଜ ପାଇଁ କୋଭିସିଲ୍ଡ ଅଧିକ ପସନ୍ଦ କରାଯାଇଛି।