ଖୁବ ଶୀଘ୍ର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବୁଷ୍ଟର ଡୋଜ୍

ରାଜ୍ୟରେ କ୍ରମାଗତ କିଛି ଦିନ ଧରି କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୧୦ହଜାର ଉପରେ ରହିଛି ।

0

(ଭୁବନେଶ୍ୱର) : ରାଜ୍ୟରେ କ୍ରମାଗତ କିଛି ଦିନ ଧରି କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୧୦ହଜାର ଉପରେ ରହିଛି । ଭୟଭୀତ ନହୋଇ କୋଭିଡର ସମସ୍ତ ନିୟମକୁ ପାଳନ କରିବା ପାଇଁ ସାଧାରଣ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେବା ସହ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବୁଷ୍ଟର ଡୋଜ୍ ଦେବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି।

 

ସୂଚନାନୁଯାୟୀ , ରାଜ୍ୟରେ କୋଭିଡ୍ ଟୀକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେବା ସହ ମେଡିକାଲ ଷ୍ଟାଫ, ପୁଲିସ, ପ୍ରଶାସନିକ ଅଧିକାରୀ ଓ ରୋଗର ଅଧିକ ଆଶଙ୍କା ଥିବା ନାଗରିକଙ୍କୁ ବୁଷ୍ଟର ଡୋଜ୍ ପ୍ରଦାନ ତ୍ୱରାନ୍ୱିତ କରିବା ପାଇଁ କହିଥିଲେ । ଗଣମାଧ୍ୟମର ପ୍ରତିନିଧିମାନେ ମଧ୍ୟ ଆଗଧାଡ଼ିର କର୍ମୀ ଭାବେ ପରିଗଣିତ ହେଉଥିବାରୁ ସେମାନଙ୍କୁ ବୁଷ୍ଟର ଡୋଜ୍ ପ୍ରଦାନରେ ପ୍ରାଥମିକତା ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଘରେ ରହୁଥିବା କୋଭିଡ୍ ରୋଗୀଙ୍କର ନିୟମିତ ତଦାରଖ କରିବା ଉପରେ ଗୁରୁତ୍ୱ ଦେବା ସହ ମାଇକ୍ରୋ କଣ୍ଟେନମେଣ୍ଟ ରଣନୀତି ଓ ସଚେତନତା ସହ ନିୟମର ଦୃଢ଼ ଅନୁପାଳନ ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି ।