ଗାଁ ଗାଁରେ ବୁଲିବ ବୁଷ୍ଟର ଟୀକା ଭ୍ୟାନ୍

0

ଭୁବନେଶ୍ୱର : ଟିକା କରଣକୁ ବଢ଼ାଇବା ଉପରେ ସ୍ୱାସ୍ଥ୍ୟ ବିଭାଗ ଗୁରତ୍ବ ନିଷ୍ପତି । ସବୁ ଜିଲ୍ଲାକୁ ନିର୍ଦ୍ଦେଶ ଦିଆ ଯାଇଛି ଯେ, ଟିକା କରଣ କେନ୍ଦ୍ର ବଢାଇବା ନିମନ୍ତେ । ଏହାସହ ପ୍ରତି ବ୍ଲକରେ ୪ ମୋବାଇଲ ଭ୍ୟାନର ମଧ୍ୟ ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ଆଉ ରାଜ୍ୟରେ ଟିକାର ଅଭାବ ନାହିଁ । ଏଯାଏଁ ରାଜ୍ୟରେ ୪୬ ଲକ୍ଷ ୬୬ ହଜାର ପ୍ରିକୋଶନ ଡୋଜ ନେଇ ସାରିଛନ୍ତି । ଯାହାକି ମୋଟ ଲୋକଙ୍କର ୧୪ ପ୍ରତିଶତ । ବାକି ଲୋକଙ୍କୁ ଖୁବ ଶୀଘ୍ର ଟିକା କାରଣ କରାଯିବ।

ଏବେ ୯ ଲକ୍ଷ କୋଭିସିଲ୍ଡ ଟିକା ଆସିଛି ।ଏହାସହ ୧୦ ତାରିଖ ଦିନ ଆଉ ୬ ଲକ୍ଷ କୋଭିସିଲ୍ଡ ଟିକା ଆସିବ । ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ କହିଛନ୍ତି, ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ ସମସ୍ତେ ପ୍ରିକସନ ଡୋଜ ନିଅନ୍ତୁ । ଅବଧି ପୁରିଥିବା ୨୪ ଲକ୍ଷ ୯୦ ହଜାର ଲୋକ ଦ୍ୱିତୀୟ ଡୋଜ ଟିକା ନେଇନାହାନ୍ତି । କିଭଳି ୩ ହଜାର ଟିକା କାରଣ କେନ୍ଦ୍ର କାର୍ୟ୍ୟକାରୀ ହେବ ତାକୁ ଦୃଷ୍ଟି ଦିଆଯାଉଛି । ଗାଁ ଗାଁ ବୁଲି ଟିକା କାରଣ ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଭାଗ ।