ଭୁବନେଶ୍ୱର: ଆଜି ପୁଣି ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଙ୍ଗାମା ।ବିଧାନସଭା ରେ ଶିକ୍ଷକ ପ୍ରସଙ୍ଗ ଉଠାଇଲେ । ବାଚସ୍ପତିଙ୍କ ରୁଲିଂ ପରେ ସରକାର ଶିକ୍ଷକ ମାନଙ୍କ ସହ ଆଲୋଚନା ନ କରିଥିବାରୁ ଉଭୟ ବିଜେପି ଓ କଂଗ୍ରେସ ର ହଟଗୋଳ । ବାଚସ୍ପତିଙ୍କ ପୋଡିୟମ ତଳେ କଂଗ୍ରେସ ଓ ବିଜେପି ବିଧାୟକଙ୍କ ନାରାବାଜି ଦେଖିବାକୁ ମିଳିଛି । ବାଚସ୍ପତିଙ୍କ ରୁଲିଂ ପରେ ବି ସରକାର ଆଲୋଚନା କଲେନି । ହଟ୍ଟଗୋଳ ଯୋଗୁଁ ଗୃହ ସାଢେ ୧୧ଟା ଯାଏଁ ମୁଲତବୀ କରାଯାଇଛି ।