ରାହୁଲ, ଆଦାନୀ ପ୍ରସଙ୍ଗରେ ସଂସଦ ଅଚଳ, ସ୍ପଷ୍ଟିକରଣ ଦେଇ ପାରିଲେ ନାହିଁ ରାହୁଲ,

ସୋମବାର ଯାଏଁ ମୁଲତବୀ ହେଲା ଉଭୟ ଗୃହ

0

ନୂଆଦିଲ୍ଲୀ : ସଂସଦର ଉଭୟ ଗୃହକୁ ସୋମବାର ଯାଏଁ ମୁଲତବୀ ରଖାଯାଇଛି । ଯେଉଁଠି ଆଶା କରାଯାଉଥିଲା ଗୃହରେ କଂଗ୍ରେସ ସାଂସଦ ଆଜି ତାଙ୍କ ସ୍ପଷ୍ଟୀକରଣ ଦେଇପାରିଥାନ୍ତେ କିନ୍ତୁ ଏଭଳି କିଛି ଘଟି ନାହିଁ। ଗୋଟେ ପଟେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ, ଆଉ ଗୋଟେ ପଟେ ଆଦାନୀ ଗ୍ରୁପ୍ ଓ ଅନ୍ୟାନ୍ୟ ପ୍ରସଙ୍ଗରେ କୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଯାହା ପାଇଁ ଉଭୟ ରାଜ୍ୟସଭା ଓ ଲୋକସଭାକୁ ସୋମବାର ଯାଏଁ ମୁଲତବୀ ରଖାଯାଇଛି ।

ସୂଚନାମୁତାବକ ଲୋକସଭାରେ ଶାସକ ଦଳର ସଦସ୍ୟମାନେ ଲଣ୍ଡନରେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ନେଇ କ୍ଷମା ମାଗିବାକୁ ଦାବି କରୁଥିବା ବେଳେ ଗୃହରେ ବିରୋଧୀ ଆଦାନୀ ପ୍ରସଙ୍ଗରେ ଶାସକଙ୍କୁ ଘେରିଥିଲା । ଆଜି ଗୃହ କାର୍ୟ୍ୟ ଆରମ୍ଭ ହେବାମାତ୍ରେ କଂଗ୍ରେସ, ତୃଣମୂଳ କଂଗ୍ରେସ, ଆମ୍ ଆଦ୍ମୀ ପାର୍ଟି ଓ ଅନ୍ୟାନ୍ୟ କେତେକ ବିରୋଧୀ ଦଳର ସଦସ୍ୟମାନଙ୍କ ଦ୍ୱାରା ଅଦାନୀ ପ୍ରସଙ୍ଗକୁ ନେଇ ହାଲ୍ଲା ବୋଲ ହେଇଥିଲା। ବିରୋଧୀ ଦଳର ସଦସ୍ୟମାନେ ଗୃହର ମଧ୍ୟଭାଗ୍ୟକୁ ଆସି ଆଦାନୀ ପ୍ରସଙ୍ଗ ଉଠାଇ ଥିଲେ। ବିରୋଧୀ ଦଳର ସଦସ୍ୟମାନଙ୍କୁ କଥା କୁହାଇ ଦେବାକୁ ସୁଯୋଗ ଦିଆଯାଉ ନ ଥିବା ଅଭିଯୋଗ କରିଥିଲେ। ତେବେ ଏହି ହଟଗୋଳ ଆଜି ନୁହେଁ କହିବାକୁ ଗଲେ ବଜେଟ ଅଧିବେଶନ ଦ୍ବିତୀୟ ପର୍ୟ୍ୟାୟ ବୈଠକ ଆରମ୍ଭ ହେବ ଦିନଠାରୁ ହିଁ ଲାଗି ରହିଛି ।

ଅନ୍ୟପେକ୍ଷ ରାହୁଲ ଗାନ୍ଧୀ ଲଣ୍ଡନରେ ଯେଉଁ ବିବୃତ୍ତି ଦେଇଥିଲେ ତାହାକୁ ନେଇ ଶାସକ ଦଳ ବିଜେପି , ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି । ବ୍ରିଟେନରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ରାହୁଲ ଗାନ୍ଧୀ ଅଭିଯୋଗ କରିଥିଲେ ଯେ ମୋଦୀ ସରକାର ଦ୍ୱାରା ଭାରତୀୟ ଗଣତନ୍ତ୍ରର ଢାଞ୍ଚା ଉପରେ ଆକ୍ରମଣ କରାଯାଉଛି। ତେବେ ବିଦେଶ ରେ ଯାଇ ନିଜ ଦେଶ ବିରୁଦ୍ଧରେ ରାହୁଲ ଯେଉଁ ମନ୍ତବ୍ୟ ଦେଇଛନ୍ତି ସେଥିପାଇଁ ବିଜେପି ତାଙ୍କୁ କ୍ଷମା ମାଗିବାକୁ ଦାବି କରିଛି। କିନ୍ତୁ ଏହି କଥାରେ ରାହୁଲ କହିଛନ୍ତି ମତେ ଯଦି ସଂସଦରେ ଉତ୍ତର ଦେବା ପାଇଁ ଅନୁମତି ମିଳିବ ତେବେ ଏହି କଥାର ମୁଁ ସ୍ପଷ୍ଟୀକରଣ ଦେବି।

ଏହାପରେ ବିଜେପି ଅଧକ୍ଷ ଜେପି ନଡ୍ଡା କହିଛନ୍ତି ପାକିସ୍ତାନ ଆଉ କଂଗ୍ରେସ ଏହି ଦୁହିଁଙ୍କ ଭାଷା ସମାନ ବୋଲି କହି ରାଜନୀତି ମାହୋଲକୁ ଆହୁରି ସରଗରମ କରିଛନ୍ତି । ଗୃହରେ ହେଉ ଅବା ଗୃହ ବାହାରେ ସବୁଠାରେ ଏବେ ଏହି ପ୍ରସଙ୍ଗ ଚାଲିଛି । ସେଥିପାଇଁ ବୃହ କାର୍ୟ୍ୟ ଠିକରେ ଚାଲିପାରୁ ନାହିଁ । ଲୋକସଭା ଓ ରାଜ୍ୟସଭା ରେ ରାହୁଲ ,ଆଦାନୀ ପ୍ରସଙ୍ଗରେ ସଂସଦ ଉଭୟ ଶାସକ ଓ ବିରୋଧୀ ନିଜ ଜିଦରେ ଅଟଳ ରହିଥିବା ବେଳେ ସଂସଦକୁ ସୋମବାର ପର୍ୟ୍ୟନ୍ତ ମୁଲତବୀ ରଖାଯାଇଛି |