‘ବଏକଟ୍ ଲାଲ୍ ସିଂହ ଚଢା’ 

0

ମୁମ୍ବାଇ:ଅଭିନେତା ଆମୀର ଖାନ୍ ୪ ବର୍ଷର ବ୍ୟବଧାନ ପରେ ଏକ ସିନେମା କରିଛନ୍ତି। ସେ ଫିଲ୍ମଟି ହେଉଛି  ‘ଲାଲ୍ ସିଂହ ଚଢ଼ା’ା ଏହି ଫିଲ୍ମଟିକୁ ନେଇ ତାଙ୍କୁ ବିବାଦର ସାମ୍ନା କରିବାକୁ ପଡ଼ିଛି। ଏହି ଚଳଚ୍ଚିତ୍ରଟି ଆସନ୍ତା ୧୧ ତାରିଖରେ ରିଲିଜ୍ ହେବାକୁ ଯାଉଥିବା ବେଳେ ଏହାକୁ ନଦେଖିବାକୁ ସୋସିଆଲ୍ ମିଡିଆରେ ଏବେ ଆମୀରଙ୍କ ଚଳଚ୍ଚିତ୍ରକୁ ନେଇ ‘ବଏକଟ୍ ଲାଲ୍ ସିଂହ ଚଢ଼ା’ ଟ୍ରେଣ୍ଡ୍ କରିବାରେ ଲାଗିଛି।ଆମୀର ଏହି ଚଳଚ୍ଚିତ୍ରରେ ହିନ୍ଦୁ ସଂସ୍କୃତିର ଅପମାନ କରିଛନ୍ତି ବୋଲି ଅଭିଯୋଗ ହୋଇଛି। ଚଳଚ୍ଚିତ୍ରର ଏକ ପୋଷ୍ଟର୍ରେ ମାଆ ଲକ୍ଷ୍ମୀଙ୍କ ଫଟୋ ଲଗାଯାଇ ସେଥିରେ ‘ଲାପତା’ ଅର୍ଥାତ ନିଖୋଜ ବୋଲି ଲେଖାଯାଇଛି। ଯାହାକୁ ନେଇ ଏବେ ବିବାଦ ଜୋର୍ ଧରିଛି। ଏହି ଫିଲ୍ମରେ ଆମୀରଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି କରୀନା କପୁର। ଆମୀର ନିକଟରେ କରୀନାଙ୍କୁ ତାଙ୍କ ଅପ୍କମିଂ ଫିଲ୍ମର ନୂଆ ପୋଷ୍ଟର୍ ଜାରି କରି ଶୁଭେଚ୍ଛା ଜଣାଇଥିଲେ। ୧୧ ଅଗଷ୍ଟରେ ରିଲିଜ ହେବାକୁ ଥିବା ଏହି ଫିଲ୍ମ ଉପରେ ବିବାଦର ପ୍ରଭାବ କେତେ ପଡୁଛି ତାହା ଦେଖିବାକୁ ବାକି ରହିଲା।