ଋିପୋର୍ଟରସ ଟୁଡେ(ସୋମ୍ୟାଶ୍ରୀ ମହାନ୍ତି): ଆଜି ବ୍ରାହ୍ନଣୀ ସେତୁର ସ୍ଲାବ ଭାଙ୍ଗି ଯିବାରୁ ଶହ ଶହ ଗାଡି ରାସ୍ତା କଡରେ ଅଟକି ରହିଛି । ଏହି ସ୍ଲାବ ପାଇଁ ପ୍ରାୟ ୩ କିଲୋମିଟର ପର୍ଯ୍ୟନ୍ତ ଶହ ଶହ ଗାଡି ଅଟକି ଥିଲା । ୧୪୩ ନମ୍ବର ଜାତୀୟ ରାଜପଥ ଜାମ ଥିବା ଜଣାପଡିଛି । ଘଟଣା ବିଷୟରେ ଜାଣିବା ପରେ ଗୋଟେ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଛି । ଏହାଛଡା ଭଙ୍ଗା ସ୍ଲାବ ଉପରେ ଏକ ଲୁହା ପ୍ଲେଟ ପକାଯାଇଥିବା ଦେଖା ଯାଇଛି । ହେଲେ ଏହି ଲୁହା ପ୍ଲେଟ ଉପରେ ଦେଇ ଯିବା ପାଇଁ ଲୋକମାନେ ଭୟବୀତ ଥିବାରୁ କେହି ଯାଉ ନାହାଁନ୍ତି । ଫଳରେ ଏବେ ମଧ୍ୟ ଜାମ ଲାଗି ରହିଛି । ଅନ୍ୟପଟେ ୫ ବର୍ଷ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ନିତୀନ ଗଡକରୀ ଦ୍ୱିତୀୟ ବ୍ରାହ୍ନଣୀ ସେତୁ ପାଇଁ ଶିଳାନ୍ୟାସ କରିଥିଲେ । ହେଲେ ଏପର୍ଯ୍ୟନ୍ତ ଏହି କାମରେ କୌଣସି ବିଶେଷ ଅଗ୍ରଗତି ହୋଇନାହିଁ ।