ଅଭ୍ୟାସ କଲାଣି ବ୍ରାଜିଲ

0

ଭୁବନେଶ୍ୱର :ଆସନ୍ତା ସପ୍ତାହରୁ ଫିଫା ଯୁବା ବିଶ୍ବକପ୍ (୧୭ ବର୍ଷରୁ କମ୍) ଖେଳିବାକୁ ବୁଧବାର ଭୁବନେଶ୍ବର ପହଞ୍ଚିଥିବା ବ୍ରାଜିଲ୍ ଦଳ ଗୁରୁବାରଠାରୁ ପ୍ରଶିକ୍ଷକ ସିମୋନ ଜାତୋବାଙ୍କ ତତ୍ତ୍ୱାବଧାନରେ କଳିଙ୍ଗ ଷ୍ଟାଡିୟମ୍ରେ ଅଭ୍ୟାସ ଆରମ୍ଭ କରିଛି। ବ୍ରାଜିଲ୍ ଓ ଫୁଟ୍ବଲ୍ ପରିପୂରକ ଭଳି ହୋଇଥିଲେ ମଧ୍ୟ ଏହାର ଯୁବା ଦଳ କେବେ ବିଶ୍ବକପ୍ ସେମିଫାଇନାଲ୍ ପର୍ୟ୍ୟନ୍ତ ଉଠିପାରିନଥିବାରୁ ଏଥର ପ୍ରଭାବ ଛାଡ଼ିବା ଲକ୍ଷ୍ୟରେ ରହିଛି। ଗ୍ରୁପ ‘ଏ’ରେ ସ୍ଥାନ ପାଇଥିବା ଏହି ଦଳ କଳିଙ୍ଗ ଷ୍ଟାଡିୟମ୍ରେ ହିଁ ନିଜର ସମସ୍ତ ୩ ମ୍ୟାଚ୍ ଖେଳିବ। ୪ ଦଳୀୟ ଗ୍ରୁପ ‘ଏ’ର ଶୀର୍ଷ ୪ ଦଳ ନକ୍ ଆଉଟ୍ ପର୍ୟ୍ୟାୟ (କ୍ବାର୍ଟରଫାଇନାଲ୍)କୁ ଉନ୍ନୀତ ହେବେ। ଆୟୋଜକ ଭାବେ ଭାରତୀୟ ଯୁବାମାନେ ବିଶ୍ବକପ୍ ପଦାର୍ପଣର ସୁଯୋଗ ପାଇବେ।