ବିବାହ ଉତ୍ସବରେ ମୁହଁମାଡ଼ି ତଳେ ପଡ଼ିଲେ ବର କନ୍ୟା

ବାହାଘର ଉଭୟ ପୁରୁଷ ଓ ନାରୀ ପାଇଁ ଏକ ବିଶେଷ ମହୂର୍ତ୍ତ। ଏହି ମୁହୂର୍ତ୍ତକୁ ସ୍ମୃତି କରି ଗଢ଼ି ତୋଳିବା ପାଇଁ ଉଭୟ ବର ଓ କନ୍ୟା ଅନେକ ପ୍ରକାର ଯୋଜନା କରିଥାନ୍ତି।

0

(ଦିଲ୍ଲୀ) : ବାହାଘର ଉଭୟ ପୁରୁଷ ଓ ନାରୀ ପାଇଁ ଏକ ବିଶେଷ ମହୂର୍ତ୍ତ। ଏହି ମୁହୂର୍ତ୍ତକୁ ସ୍ମୃତି କରି ଗଢ଼ି ତୋଳିବା ପାଇଁ ଉଭୟ ବର ଓ କନ୍ୟା ଅନେକ ପ୍ରକାର ଯୋଜନା କରିଥାନ୍ତି। ହେଲେ ସବୁ ଯୋଜନା ବେଳେ ବେଳେ ଠିକ୍‌ ହୁଏ ନାହିଁ। ବାହାଘରରେ ବେଳେ ଏମିତି ଅଶୋଭନୀୟ ସ୍ଥିତି ସୃଷ୍ଟି ହୁଏ, ଯାହା ହସରୋଳ ସୃଷ୍ଟି କରେ। ଏମିତି ଏକ ଦୃଶ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଏହି ଭିଡିଓରେ ଉଭୟ ବର ଓ କନ୍ୟା ଅତିଥିଙ୍କ ସାମ୍ନାରେ ବିବାହ ମଣ୍ଡପକୁ ଆସି ପରସ୍ପରର ହାତ ଧରି ଖୁସୀରେ ନାଚୁଛନ୍ତି। ବର କନ୍ୟାଙ୍କୁ ପିଠିରେ ନାଉ କରି ନାଚୁଥିବା ବେଳେ ହଠାତ୍ ଭାରସାମ୍ୟ ହରାଇ ସମସ୍ତେଙ୍କ ସାମ୍ନାରେ ମୁହଁ ମାଡ଼ି ତଳେ ପଡ଼ିଯାଉଛନ୍ତି। ଦୁଇଜଣ ପଡ଼ିଯିବା ପରେ ବି ତଳୁ ଉଠି ଖୁସୀ ମନାଉ ଥିବାର ଭିଡିଓରେ ଦେଖାଯାଉଛି।

ସୂଚନାନୁଯାୟୀ , ବାହାଘର ଉତ୍ସବ ମୁଖ୍ୟର ସମୟରେ ବନ୍ଧୁ ବାନ୍ଧବ ଅତିଥି ସମସ୍ତେ ଉପସ୍ଥିତି ଥିବେ । ଆଉ ବର କନ୍ୟା ଉଭୟ ବାହାଘର ପାର୍ଟିକୁ ଆଉ ଟିକେ ଉତ୍ସବ ମୁଖର କରିବା ପାଇଁ ନାଚଗୀତରେ ମସଗୁଲ ଥିବେ। ବର, କନ୍ୟାଙ୍କୁ ହାତରେ ତୋଳି ଧରିବା ବେଳେ ଉଭୟ କଚାଡ଼ି ହୋଇ ତଳେ ପଡିଯାଇଥିଲେ । ଏହି ଭିଡିଓଟି ବର୍ତ୍ତମାନ ଇନ୍‌ଷ୍ଟାଗ୍ରାମ୍‌ରେ ଭାଇରାଲ୍ ହେଉଛି। ଏହାକୁ ବର୍ତ୍ତମାନ ୨.୫ ମିଲିୟନ ଲୋକ ଦେଖି ସାରିଲେଣି। ଅନେକ ଲୋକ ଏହାକୁ ଲାଇକ୍‌ କମେଣ୍ଟ ଓ ଶେୟାର ମଧ୍ୟ କରୁଛନ୍ତି।