ରାଇରଙ୍ଗପୁର(ସତ୍ୟନାରାୟଣ ପାଲ) : ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡ଼ ଥାନା ଅନ୍ତର୍ଗତ ପଣ୍ଡୁଗଣ୍ଡି ଗ୍ରାମରେ ପାରିବାରିକ ଗଣ୍ଡୋଗୋଳ,ମାରପିଟ୍ ରେ ଦୁଇ ସଂପର୍କୀୟଭାଇଙ୍କ ମଧ୍ୟରେ ମାରପିଟ ଘଟଣାରେ ଠେଙ୍ଗା ମାଡ଼ରେ ସାନ ଭାଇର ମୃତ୍ୟୁକୁ ନେଇ ରାଇରଙ୍ଗପୁର କୋର୍ଟରେ ଆସାମୀକୁ ୧୦ ଵର୍ଷ କାରାଦଣ୍ଡ,୩୦୦୦ ଟଙ୍କା ଜୋରିମାନା ଅନାଦେୟ ୬ ମାସ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସୂଚନାଯୋଗ୍ୟ ପଣ୍ଡୁଗଣ୍ଡି ଗ୍ରାମର ଘାସିରାମ ହାଁସଦା (୪୫) ଙ୍କ ସହ ସଂପର୍କୀୟ ଭାଇ ଶାଙ୍ଖିଲା ହାଁସଦା (୪୦) ଙ୍କ ଦିର୍ଘଦିନ ଜମିବାଡ଼ି ଓ ପାରିବାରିକ ହିଂସା ରହିଥିଲା ।୧୨/୦୫/୨୦୨୦ ଅପରାହ୍ନ ୪ ଟା ବେଳେ ଘାସିରାମର ହାଁସଦାର ବଳଦକୁ କେହି କ୍ଷତାକ୍ତ କରିଥିବା ଜାଣି ରାଗରେ ଗର ଗର ହେଉଥିଲା ।
ଏହି ସମୟରେ ସାଙ୍ଖିଲା ହାଁସଦା ସେଠାରେ ପହଞ୍ଚିବାରୁ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ଓ ମାରପିଟ୍ ହୋଇଥିଲା । ଘଟଣାସ୍ଥଳରେ ଶାଙ୍ଖିଲା ହାଁସଦା ର ମୃତ୍ୟୁ ହୋଇଥିବା ବେଳେ ଘାସିରାମ ହାଁସଦା ଗୁରୁତର ହୋଇ ମୂର୍ମୂଷୁ ଅବସ୍ଥାରେ ପଡ଼ିଥିଲେ ।ତାଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ହସ୍ପିଟାଲକୁ ଅଣାଯାଇଥିଲା ।ପରେ ସେ ଭଲ ହୋଇଯାଇଥିଲେ ।ଏହାକୁ ନେଇ ଥାନାରେ ୨୨/୨୦ ମାମଲା ରୁଜୁ ହୋଇଥିଲା ଦଫା ୩୦୨ ଲାଗିଥିଲା । ପୋଲିସ ତଦନ୍ତ,୧୨ ଜଣ ସାକ୍ଷୀ ଓ ପାରିପାର୍ଶ୍ବିକ ଘଟଣାକୁ ନେଇ ୩୦୪(୧) ଦଫାରେ ରାଇରଙ୍ଗପୁର କୋର୍ଟରେ ଆଜି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦୀପକ କୁମାର ଆସାମୀ ଘାସୀରାମ ହାଁସଦା ଙ୍କୁ ୧୦ ବର୍ଷ କାରାଦଣ୍ଡ,୩୦୦୦ ଟଙ୍କା ଜୋରିମାନା ଏବଂ ଅନାଦେୟ ୬ ମାସ ଜେଲଦଣ୍ଡ ଶୁଣାଣି କରିଛନ୍ତି । ସରକାରଙ୍କ ତରଫରୁ ସରକାରୀ ଓକିଲ ପଙ୍କଜ ଦାସ ମାମଲା ପରିଚାଳନାରେ ସହଯୋଗ କରିଥିଲେ ।