ସାମ୍ନାକୁ ଆସିଲା ଏମିରେଡ୍ ଫ୍ଲାଇଟରେ ଯାତ୍ରା ପାଇଁ ନୂଆ ନିୟମ

କୋଭିଡ ସଂକ୍ରମଣ ଭିତରେ ଅବୁଧାବି ଏକ ଏମିରେଡ୍ ଫ୍ଲାଇଟରେ ଯାତ୍ରା ପାଇଁ କିଛି ନୂଆ ନିୟମ ଲାଗୁ କରିଛି । ଏମିରେଟ୍‌ରେ ଯାତ୍ରା କରିବାକୁ ହେଲେ ଯାତ୍ରୀଙ୍କୁ ବୁଷ୍ଟର ଡୋଜ୍ ନେବା ବାଧ୍ୟତାମୂଳକ କରାଯାଇଛି।

0

(ଦୁବାଇ) : କୋଭିଡ ସଂକ୍ରମଣ ଭିତରେ ଅବୁଧାବି ଏକ ଏମିରେଡ୍ ଫ୍ଲାଇଟରେ ଯାତ୍ରା ପାଇଁ କିଛି ନୂଆ ନିୟମ ଲାଗୁ କରିଛି । ଏମିରେଟ୍‌ରେ ଯାତ୍ରା କରିବାକୁ ହେଲେ ଯାତ୍ରୀଙ୍କୁ ବୁଷ୍ଟର ଡୋଜ୍ ନେବା ବାଧ୍ୟତାମୂଳକ କରାଯାଇଛି। ଅବୁଧାବିରେ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି ଏବଂ ସ୍ଥିତି ସୁଧୁରିବାରେ ଲାଗିଛି, ତେଣୁ ଏହି କ୍ଷେତ୍ରରେ ବିଦେଶରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ କଡ଼ା ନିୟମ ଲାଗୁ କରାଯାଇଛି। ତେବେ ଆସନ୍ତୁ ଜାଣିବା ଏମିରେଟର ଯାତ୍ରୀଙ୍କ ନିୟମାବଳୀ ସମ୍ବନ୍ଧରେ କିଛି :

୧. ଏମିରେଟ୍ ଫ୍ଲାଇଟ ଭିତରେ ପ୍ରବେଶ କରିବା ପୂର୍ବରୁ ଯାତ୍ରୀ ତାଙ୍କର ବୁଷ୍ଟର ଡୋଜ୍ ନେଇଥିବା ପ୍ରମାଣପତ୍ର ସାଙ୍ଗରେ ଆଣିଥିବା ଆବଶ୍ୟକ।

୨. ଦୁଇ ସପ୍ତାହ ପୂର୍ବର କୋଭିଡ ନେଗେଟିଭ ରିପୋର୍ଟ ସାଙ୍ଗରେ ଆଣିବା ବାଧ୍ୟତାମୂଳକ ।

୩. ଯଦି ଆପଣ ଏ ତମାମ ରିପୋର୍ଟକୁ ସାଙ୍ଗରେ ନେଇ ଯାତ୍ରା କରିବାରେ ସଫଳ ବି ହୁଅନ୍ତି ଅର୍ଥାତ୍ ଅବୁ ଧାବିକୁ ପ୍ରବେଶ କରନ୍ତି, ତଥାପି ଆପଣ ସର୍ବସାଧାରଣ ସ୍ଥାନ ସହିତ ସରକାରୀ ଏବଂ ଐତିହାସିକ ସ୍ଥାନରେ ନିଜର ଗ୍ରୀନ କାର୍ଡକୁ ଦେଖାଇ ପ୍ରବେଶ କରିପାରିବେ ।