ଧଉଳି ଶାନ୍ତିସ୍ତୁପର ସୁବର୍ଣ୍ଣ ଜୟନୀ

ବିିଶ୍ୱ ଐତିହ୍ୟ ଶାନ୍ତିସ୍ତୁପକୁ ପୁରିଲା ୫୦ ବର୍ଷ

0

ଭୁବନେଶ୍ୱର: ଆଜି ଧଉଳି ଶାନ୍ତି ସ୍ତୁପର ସୁବର୍ଣ୍ଣ ଜୟନୀ ଅନୁଷ୍ଠିତ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଛନ୍ତି । କଳିଙ୍ଗ ଯୁଦ୍ଧର ମୁକ ସାକ୍ଷୀ ହେଉଛି ଧଉଳି ପାହାଡ । ଉକ୍ରଳ ଇତିହାସର ଅତୀତକୁ ଧରି ରଖିଛି ଧଉଳି । ଏହା ଓଡିଶାର ରାଜଧାନୀ ଭୁବନେଶ୍ୱର ଅବସ୍ଥିତ । ଏହି ପାହାଡ ଉପରେ ଧବଳେଶ୍ୱର ମହାଦେବ ମନ୍ଦିର ସ୍ଥାପନା କରାଯାଇଛି ।

ଆଜକୁ ପ୍ରାୟ ୫୦ ବର୍ଷ ତଳେ ଜାପାନ ସରକାରଙ୍କ ଉଦ୍ୟମରେ ଶାନ୍ତିର ସ୍ତୁପ ପ୍ରତିଷ୍ଠା କରାଯାଇଥିଲା । ଧଉଳି ପାହାଡକୁ ଶାନ୍ତି ଓ ମୈତ୍ରୀର ପ୍ରତୀକ ବୋଲି ମଧ୍ୟ କୁହାଯାଏ । ଆଜି ସୁବର୍ଣ୍ଣ ଜୟନ୍ତୀ ଅବସରରେ ଭବ୍ୟ କାଯ୍ୟକ୍ରମ ଆୟୋଜନ  କରାଯାଇଛି । । ଏହା ଅବସରରେ ଜାପାନ, ଆମେରିକା,ୟୁକ୍ରେନ ଓ କାଜାକାସ୍ଥାନରୁ ବହୁ ସନ୍ଥ ସାମିଲ ହୋଇଛନ୍ତି ।