ମାର୍ଚ୍ଚ ୨୫ରୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନ

୩୧ରେ ବ୍ୟୟ ମଞ୍ଜୁରୀ ବିଲ୍

0

ଭୁବନେଶ୍ୱର: ଘୋଷଣା ହୋଇଯାଇଛି ରାଜ୍ୟ ବିଧାନସଭା ବଜେଟ ଅଧିବେଶନ ତାରିଖ ।୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଉପସ୍ଥାପନ ହେବ ବଜେଟ। ଆସନ୍ତା ମାର୍ଚ୍ଚ ୨୫ ତାରିଖରୁ ଆରମ୍ଭ ହୋଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ସୂଚନା ଅନୁଯାୟୀ ବଜେଟ ଅଧିବେଶନରେ ମୋଟ ୬ଟି କାର୍ଯ୍ୟ ଦିବସ ରହିବ । ସେହିଭଳି ମାର୍ଚ୍ଚ ୨୫ରେ ରାଜ୍ୟପାଳ ପ୍ରଫେସର ଗଣେସୀ ଲାଲ୍ ବିଧାନସଭାରେ ଅଭିଭାଷଣ ଦେବେ ।

ଅନ୍ୟପକ୍ଷେ, ମାର୍ଚ୍ଚ ୩୦ରେ ଆଗତ ହେବ ରାଜ୍ୟ ବଜେଟ ।ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ କାମଚଳା ବଜେଟ ଆଗତ କରିବେ । ୩୧ ତାରିଖରେ ବଜେଟ ପାରିତ ପାଇଁ ଆସିବ ବ୍ୟୟ ମଞ୍ଜୁରୀ ବିଲ୍ । ମାର୍ଚ୍ଚ ୨୭ ତାରିଖ ରବିବାର ଗୃହ କାର୍ଯ୍ୟ ବନ୍ଦ ରହିବ ।ଏନେଇ ବିଧାନସଭା କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।ତେବେ ଚଳିତ ବର୍ଷ ବଜେଟ୍ ପୂର୍ବରୁ ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ସମସ୍ତ ଯୋଜନା ପାଇଁ ବଜେଟରେ ଅର୍ଥ ବ୍ୟୟ ବରାଦ କରାଯିବା ନେଇ ସୂଚନା ମିଳୁଥିବା ସମୟରେ କେଉଁ ବିଭାଗ ଉପରେ ଗୁରୁତ୍ୱ ଦିଆଯିବ ତାହା ଉପରେ ସମସ୍ତ ରାଜ୍ୟବାସୀଙ୍କ ନଜର ରହିଛି ।