ଭାରତ

୪ ମହଲା କୋଠା ଉପରେ ଭୁଶୁଡି ପଡିଲା ୬ ମହଲା କୋଠା

( ମମତା ସାମଲ) : ଗତକାଲି ରାତିରେ ଉତର ପ୍ରଦେଶର ଗ୍ରେଟର୍ ନୋଏଡାର ଶାହବେରି ଗାଁରେ ଦୁଇଟି କୋଠା ଭୁଶୁଡି ପଡିବାରୁ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏବେବି ୧୦ ରୁ ଅଧିକ ଲୋକ ସେଥିରେ ଫସି ରହିଥିବା କୁହାଯାଉଛି । ଘଟଣାସ୍ଥଳରେ ଏନ୍ଡିଆରଏଫର ୪ଟି ଟିମ୍ ପଂହଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଭୁଶୁଡି ପଡିଥିବା କୋଠା ଦୁଇଟି ମଧ୍ୟରୁ ଗୋଟିଏ ନିର୍ମାଣଧୀନ ଥିଲା । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଗତକାଲି ରାତି ପ୍ରାୟ ସାଢେ ୮ଟା ବେଳେ ନିର୍ମାଣଧୀନ ୬ ମହଲା କୋଠାଟି ଭୁଶୁଡି ପାଖରେ ଥିବା ଏକ ପୁରୁଣା ୪ ମହଲା କୋଠା ଉପରେ ପଡି ଯାଇଥିଲା । ଫଳରେ ଉକ୍ତ ୪ ମହଲା କୋଠାଟି ବି ଭୁଶୁଡି ପଡିଥିଲା । ପୁରୁଣା କୋଠାଟିରେ ୧୮ ଟି ପରିବାର ରହୁଥିଲେ । ନିର୍ମାଣଧୀନ କୋଠାରେ କିଛି ଶ୍ରମିକ ରହୁଥିଲେ । ମୃତକଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଥିବାବେଳେ ଜଣେ ମହିଳା ଅଛନ୍ତି । ପୋଲିସ ଏ ଘଟଣାରେ ନିର୍ମାଣଧୀନ କୋଠାର ମାଲିକଙ୍କ ସହିତ ଆଉ ଦୁଇ ଜଣଙ୍କୁ ଗରିଫ କରିଛି ।  ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ଯେ ଘଟଣା ପରେ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦିଆଯାଇଥିଲା । କିନ୍ତୁ ପୋଲିସ ଘଂଟାଏ ବିଳମ୍ବରେ ଆସିଲା । ଏବଂ ଉଦ୍ଧାର କାର୍ଯ୍ୟ ସାରିବାକୁ ଆହୁରି ୨୪ ଘଂଟା ଲାଗିପାରେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

Related posts

ଏକଜିଟ ପୋଲ ପାଇଁ ନିର୍ଦ୍ଦେଶନାମା ଜାରି

Report

ପୁଞ୍ଚରେ ଅସ୍ତ୍ରବିରତି କରିଛି ପାକିସ୍ତାନ

Report

ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ମାଓବାଦୀ ମୃତ

Report

Leave a Comment