ମୁମ୍ବାଇ ଇଣ୍ଡିଆନ୍ସର ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରା ଆଗାମୀ ଆଇପିଏଲ୍‌ ସଂସ୍କରଣରେ ଖେଳିବା ନେଇ ଆଶଙ୍କା

0

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସର ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରା ଆଗାମୀ ଆଇପିଏଲ୍‌ ସଂସ୍କରଣରେ ଖେଳିବା ନେଇ ଆଶଙ୍କା ଦେଖାଦେଇଛି। କିନ୍ତୁ ସବୁଠୁ ବଡ କଥା ହେଉଛି ଯେ ବର୍ତ୍ତମାନସୁଦ୍ଧା ଆହତରୁ ସମ୍ପୂର୍ଣ ସୁସ୍ଥ ହୋଇନାହାନ୍ତି ଯଶପ୍ରୀତ୍‌ | ବୁମ୍‌ରାଙ୍କ ବ୍ୟାକ୍‌ ଷ୍ଟ୍ରେସ୍‌ ଫ୍ରାକ୍ଚର ପୂର୍ବାପେକ୍ଷା ଅଧିକ ଗୁରୁତର ହୋଇଛି। ଏଣୁ ଆଇପିଏଲ୍‌ ସହ ଚଳିତ ବର୍ଷ ହେବାକୁଥିବା କିଛି ବଡ଼ ମ୍ୟାଚ୍‌କୁ ସେ ହାତଛଡ଼ା କରିବେ ବୋଲି ଜଣାପଡ଼ିଛି। ଗତ ୫ ମାସ ହେଲାଣି ଆହତ ସମସ୍ୟା ଯୋଗୁଁ ସେ କ୍ରିକେଟ୍‌ଠୁ ଦୂରରେ ଅଛନ୍ତି।

ଯଦି ଭାରତ ବିଶ୍ବ ଟେଷ୍ଟ ଚାମ୍ପିଅନ୍‌ସିପ୍‌ର ଫାଇନାଲ୍‌କୁ ଯାଏ, ତଥାପି ମଧ୍ୟ ସେ ଏଥିରେ ଖେଳିପାରିବେନି। ଆସନ୍ତା ଅକ୍ଟୋବର-ନଭେମ୍ବରରେ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ବକପ୍‌ ବେଳକୁ ବୁମ୍‌ରାଙ୍କୁ ସୁସ୍ଥ କରିବା ପାଇଁ ବିସିସିଆଇ ଆପ୍ରାଣ ଉଦ୍ୟମ ଜାରି ରଖିଛି। ଶେଷ ଥର ପାଇଁ ଗତବର୍ଷ ସେପ୍ଟେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ବୁମ୍‌ରା ଖେଳିଥିଲେ। ଏହାପରେ ଆହତ ଯୋଗୁଁ ଏସିଆ କପ୍‌, ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଖେଳିପାରିନଥିଲେ।