ଗୋପ ରେ ମନ୍ତ୍ରୀଙ୍କ କୁଶ ପୁତଳିକା ଦାହ

0

ଗୋପ /ଜୟନ୍ତ ସେଠୀ :ଗୋପ ଜିଲ୍ଲା ପରିଷଦ ର୍ଧମେନ୍ଦ୍ରଙ୍କ ମୃତ୍ୟୁ ଘଟଣା ରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଙ୍କୁ ଟାର୍ଗେଟ କଲା କଂଗ୍ରେସ । ମନ୍ତ୍ରୀ ଙ୍କୁ ତଦନ୍ତ ପରିସର ଭୁକ୍ତ କରାଇବା ସହିତ ତଦନ୍ତ ନ ସରିବା ପର୍ୟ୍ୟନ୍ତ ତାଙ୍କୁ ମନ୍ତ୍ରୀ ମଣ୍ଡଲ ରୁ ବହିଷ୍କାର କରିବା ପାଇଁ ଦାବି କରିଛି କଂଗ୍ରେସ । ରାଜ୍ୟ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ଙ୍କ ନେତୁତ୍ବ ରେ ଶତାଧିକ କଂଗ୍ରେସ କର୍ମୀ ଶୋଭାଯାତ୍ରାରେ ବାହାରି ମନ୍ତ୍ରୀ ଙ୍କ କୁଶ ପୁତଳିକା ଦାହ କରିଛନ୍ତି । ର୍ଧମେନ୍ଦ୍ରଙ୍କ ମୃତ୍ୟୁ ପୂର୍ବରୁ ଭାଇରଲ ହେଉଥିବା ଅଡ଼ିଓ ଭାଇରଲ ପରେ ମଧ୍ୟ ସରକାର ଚୁପ ବସିଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ପୂର୍ବରୁ ବିଭିନ୍ନ ଘଟଣା କୁ ଚାପି ଦିଆଯାଇଥିବା ବେଳେ ଏହି ତଦନ୍ତ ରେ ମଧ୍ୟ ନିରପେକ୍ଷ ତଦନ୍ତ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ଗୋପ କି କଂଗ୍ରେସ ନୁହେଁ ବରଂ ରାଜ୍ୟର ଅନେକ ସ୍ପଷ୍ଟବାଦୀ ନେତାମାନଙ୍କୁ ଏହି ଘଟଣା ଆନ୍ଦୋଳିତ କରିଛି । ଯାହାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଯାଇଛି । ମନ୍ତ୍ରୀ ସମୀର ଦାସଙ୍କୁ ଏହି ଘଟଣା ଅଡୁଆକୁ ଟାଣି ଆଣିଥିବା ବେଳେ ତାଙ୍କୁ କିଛି ଜଣାନଥିବା ସେ ପ୍ରଥମରୁ ସ୍ପଷ୍ଟୀକରଣ ଦେଇ ଆସିଛନ୍ତି । ତେବେ ଭାଇରାଲ ହେଉଥିବା ଅଡିଓ ଓ ମନ୍ତ୍ରୀଙ୍କ ବୟାନରେ କେତେ ସତ୍ୟତା ରହଛି ତାହା ତ ତଦନ୍ତ ପରେ ଜଣା ପଡିବ । ବିରୋଧୀଙ୍କ ଦାବି ମନ୍ତ୍ରୀଙ୍କ ଇସ୍ତଫା ଓ ନିରପେକ୍ଷ ତଦନ୍ତ କରାଯାଉ ।