ଭାରତ

ଉତରାଖଣ୍ଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା , ୧୩ ମୃତ , ୯ ଆହତ

( ମମତା ସାମଲ) : ଉତରାଖଣ୍ଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଉତରଖଣ୍ଡର ଟିହରି ଜିଲ୍ଲାରେ ଏକ ଯାତ୍ରୀବାହି ବସ ୨୫୦ ମିଟର ଖାଇକୁ ଖସି ପଡିଛି । ଫଳରେ ଘଟଣାସ୍ଥଳରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତର ଆହତଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି ବୋଲି ଜଣାପଡିଛି । ତେବେ ଏହି ଘଟଣାଟି ହୃଷିକେଶ ଗଙ୍ଗୋତ୍ରୀ ଜାତୀୟ ରାଜପଥରେ ଘଟିଥିବା ସୂଚନା ମିଳିଛି । ଏହି ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଓ ଦମକଳବାହୀନି ଘଟଣାସ୍ଥଳରେ ପହଂଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ । ସେପଟେ ସରକାରଙ୍କ ପକ୍ଷରୁ ମୃତ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରାଯିବା ସହ ଆହତମାନଙ୍କୁ ୫୦ ହଜାର ଟଙ୍କା ସହାୟତ ରାଶି ଘୋଷଣା କରାଯାଇଛ ି । ଏହି ଦୁର୍ଘଟଣା କିପରି ହେଲା ଓ ଏଥି ଲାଗି କେଉଁମାନେ ଦାୟୀ ତାହାର ତଦନ୍ତ କରି ସରକାରଙ୍କୁ ରିପୋର୍ଟ ଦେବା ପାଇଁ ଜଣେ ମାଜିଷ୍ଟରଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ସୂଚନା ମିଳିଛି ।

Related posts

କାଲି ରାତି ୧୧ଟା ଯାଏଁ ଦିଲ୍ଲୀ ସୀମାରେ ବନ୍ଦ ରହିବ ଇଣ୍ଟରନେଟ

Report

ବଜେଟରେ କଣ ଶସ୍ତା, କଣ ମହଙ୍ଗା ଆସନ୍ତୁ ଜାଣିବା

Report

ସାଧାରଣତନ୍ତ୍ରର ମୁଖ୍ୟ ଅତିଥି ବ୍ରାଜିଲ ରାଷ୍ଟ୍ରପତି

Report

Leave a Comment