(କଟକ) : ଅଚାନକ ଓଲଟିଲା ଘରୋଇ ସ୍କୁଲ ବସ୍ । ଭାରସାମ୍ୟ ହରାଇ ବିଲକୁ ଓଲଟିଲା ଘରୋଇ ସ୍କୁଲ ବସ୍। ଅଳ୍ପକେ ବର୍ତ୍ତିଗଲେ ୧୦ ଅଧିକ ଛାତ୍ରଛାତ୍ରୀ। ଫଳରେ ଉକ୍ତ ଦୁର୍ଘଟଣା ରେ କାହାର କିଛି କ୍ଷତି ହୋଇନଥିବା ସୂଚନା ମିଳିଛି ।
ବସ୍ ଭିତରୁ ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ବସ୍ ଭିତରେ ଫସି ରହିଥିବା ୧୦ ଜଣ ଛାତ୍ରଛାତ୍ରୀଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଛନ୍ତି।
ସୂଚନାନୁଯାୟୀ , କଟକ ଚୌଦ୍ୱାର ପୋଟଲେଇ ନିକଟରେ ରାସ୍ତା କଡକୁ ଘରୋଇ ସ୍କୁଲ ବସ୍ଟି ଭାରସାମ୍ୟ ହରାଇ ବଲ ତଳକୁ ଖସିପଡିଲା। ପିଲାଙ୍କୁ ସ୍କୁଲ ଅଭିମୁଖେ ଯାଉଥିବା ବେଳେ ବସଟି ବାମପଟକୁ ଓଲଟିପଡିଥିଲା। ବସ୍ ଭିତରେ ଫସି ରହିଥିବା ୧୦ ଜଣ ଛାତ୍ରଛାତ୍ରୀଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଛନ୍ତି। ତେବେ ବଡ ଦୁର୍ଘଟଣାରୁ ସ୍କୁଲ ବସ୍ଟି ଅଳ୍ପକେ ବର୍ତ୍ତିଯାଇଛି। ଦୁର୍ଘଟଣା ଯୋଗୁଁ କାହାର କିଛି କ୍ଷତି ହୋଇନଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ବସ୍ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।