କୋଭିଡ଼ ଯୁଦ୍ଧକୁ ଯିବା ବାଟରେ ବସ୍ ଦୁର୍ଘଟଣା

0

ନୟାଗଡ଼(ରିପୋର୍ଟର୍ସ ଟୁଡେ): ନୟାଗଡ଼ ଜିଲ୍ଲା ବାଣିଗୋଚ୍ଛା ଥାନା ଅନ୍ତର୍ଗତ ଦୁର୍ଗାପ୍ରସାଦ ନିକଟରେ ଘଟିଯାଇଛି ଏକ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଡ଼୍ରାଇଭରଙ୍କ ସମେତ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
ବିଳମ୍ବିତ ରାତିରେ କୋଭିଡ଼ ଡ୍ୟୁଟି ପାଇଁ ୧୯ ଜଣ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନେଇ ବଲାଙ୍ଗୀର ଅଭିମୁଖେ ଯାତ୍ରା କରୁଥିଲା ଏହି ବସ୍। ରାସ୍ତାରେ ଯିବା ବାଟରେ ଦୁର୍ଗାପ୍ରସାଦ ନିକଟରେ ଭାରସାମ୍ୟ ହରାଇ ଏକ ଗଛ ସହିତ ବସଟି ପିଟି ହୋଇଥିଲା। ଫଳରେ ଡ୍ରାଇଭର ସମେତ ୩ ଜଣ ଡାକ୍ତରୀ ଛାତ୍ର ଆହତ ହୋଇଥିବା ସୂଚନା ମିଳିଛି। ଖବର ପାଇ ବାଣିଗୋଚ୍ଛା ପୋଲିସ ପହଞ୍ଚି ଘଟଣାସ୍ଥଳରୁ ଆହତମାନଙ୍କୁ ନିକଟସ୍ଥ ଦଶପଲ୍ଲା ହସ୍ପିଟାଲକୁ ପଠାଇଥିଲା। ସେଠାରେ ଚିକିତ୍ସା ପରେ ଆହତ ଛାତ୍ରଛାତ୍ରୀ ମାନେ ସୁସ୍ଥ ହୋଇ ଫେରିଥିବା ଜଣାଯାଇଛି।