ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍, ୮ ଗୁରୁତର

ଅଚାନକ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍।

0

(ଗଜପତି) : ଅଚାନକ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍। ବସ୍ ଡ୍ରାଇଭର ସମେତ ୮ ଗୁରୁତର। ରାୟଗଡ଼ା ଥାନା ଅନ୍ତର୍ଗତ ରାଶିବାଡ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଫଳରେ ବସ୍ ଡ୍ରାଇଭର ସମେତ ୮ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ଆହତମାନଙ୍କୁ ପାରଳାଖେମୁଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାନୁଯାୟୀ, ରାୟଗଡ଼ା ଥାନା ଅନ୍ତର୍ଗତ ରାଶିବାଡ ନିକଟରେ ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଈସ୍ପାତ ନାମକ ବସ୍ ଭୁବନେଶ୍ଵରରୁ ପାରଳାଖେମୁଣ୍ଡି ଅଭିମୁଖେ ଆସୁଥିଲା। ମଣ୍ଡଳ ସାହି ନିକଟ ରାଶିବାଡି ଘାଟିରେ ବସ୍‌ଟି ଭାରସାମ୍ୟ ହରାଇ ଓଲଟି ପଡିଛି।