Reporters Today
ଓଡିଶା

୫-୧୫ ପଇସା ବଢିଲା ବସ ଭଡା

ଭୁବନେଶ୍ୱର: ତେଲ ଦରକୁ ତାଳ ଦେଇ ବଢୁଛି ବସ ଭଡା । କିଛି ଦିନ ବ୍ୟବଧାନରେ ପୁଣି ବଢିଲା ଭଡା । ଅର୍ଡିାନାରି ଓ ଏକ୍ସପ୍ରେସ ବସ ଭଡା କିଲୋମିଟର ପିଛା ୫ ପଇସା ଓ ଡିଲକ୍ସ ତଥା ଏସି ଡିଲକ୍ସର ଭଡା ୧୦ ପଇସା ବଢିଛି । ଫଳରେ ଅର୍ଡିନାରୀ ବସ ଭଡା କିଲୋମିଟର ପିଛା ୮୫ ପଇସାରେ ପହଞ୍ଚି ଥିବା ବେଳେ ଏକ୍ସପ୍ରେସର ଭଡା ୮୯ ହୋଇଛି । । ସେହିପରି ଡିଲକ୍ସ ଓ ଏସି ଡିଲକ୍ସର ଭଡା ଯଥାକ୍ରମେ ୧ଟଙ୍କା ୨୧ ପଇସା ଓ ୧ଟଙ୍କା ୪୯ ପଇସା ହୋଇଛି । ସୁପରି ପ୍ରିମିୟରର ଭଡା ୧୫ ପଇସା ବଢି ୨ଟଙ୍କା ୩୨ ପଇସା ହୋଇଛି ।
ପୂର୍ବରୁ ଫେବ୍ରୁଆରୀ ୮ ତାରିଖରେ ବଢ଼ିଥିଲା ବସ୍ ଭଡ଼ା। ସେତେବେଳେ ୧୨ଟି ପାରାମିଟରକୁ ବିଚାରକୁ ନେଇ ରାଜ୍ୟ ଘରୋଇ ବସ୍ ମାଲିକ ବସ୍ ଭଡ଼ା ବଢ଼ାଇଥିଲା।

Related posts

ନବୀନ ନିବାସ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ

Report

ପୁଣି ୨ମୁଣ୍ଡ ନେଲା କରୋନା

Report

ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରି ଶୀଘ୍ର ନନ୍ଦନକାନନକୁ ଅଣାଯିବ

Report

Leave a Comment