ଭାରତ ବେଳାଭୂମିରେ ଚିହ୍ନଟ ଜୀବାଣୁ ପରବର୍ତ୍ତୀ ମହାମରୀର କାରଣ ହୋଇପାରେ: ଅନୁସନ୍ଧାନକାରୀ

0

ନୂଆଦିଲ୍ଲୀ: ମହାମାରୀ କରୋନା ଏପର୍ଯ୍ୟନ୍ତ ନିୟନ୍ତ୍ରଣକୁ ଆସି ନ ଥିବା ବେଳେ ଅନୁସନ୍ଧାନକାରୀ ନୂଆ ଏକ ମାରାତ୍ମକ ଜୀବାଣୁର ଚିହ୍ନଟ କରିଲେଣି, ଯାହା ପରବର୍ତ୍ତୀ ମହାମାରୀର କାରଣ ହେବାକୁ ଯାଉଛି । ଭାରତର ସୁଦୂର ବାଲୁକା କୂଳରେ ଏକ ସୁପରବଗ୍ର ଚିହ୍ନଟ କରାଯାଇଛି । ଭାରତର ଆଣ୍ଡାମାନ ବେଳାଭୂମିରେ ଏହି ଜୀବାଣୁ ଚିହ୍ନଟ ହୋଇଛି ।
ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ସୁପରବଗ୍ ଏକ ମଲ୍ଟିଡ୍ରଗ୍-ପ୍ରତିରୋଧକ ଜୀବଣୁ ଯାହାକି କ୍ୟାଣ୍ଡିଡା ଆରିସ୍ ବା ସି ଆରିସ କୁହାଯାଏ । ଏହା ମୁଖ୍ୟତଃ ଆଣ୍ଟି-ଫଙ୍ଗାଲ୍ ଚିକିତ୍ସାକୁ ପ୍ରତିରୋଧ କରିପାରିବ । ଅଧ୍ୟୟନ ରିପୋର୍ଟ ମଙ୍ଗଳବାର ଏମ ବାଇଓ ପତ୍ରିକାରେ ପ୍ରକାଶିତ ହୋଇଥିଲା । ଅଧ୍ୟୟନ ଅନୁଯାୟୀ, ଜଣେ ବିଶେଷଜ୍ଞ ଚେତାବନୀ ଦେଇଛନ୍ତି ଯେ କୋଭିଡ -୧୯ ମହାମାରୀ ସି ଆରିସର “ବ୍ୟାପକ ବିସ୍ତାର ପାଇଁ ପଥ ପରିଷ୍କାର କରିବ ।
ଅଧ୍ୟୟନ ଅନୁଯାୟୀ, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଡ ଅନୁରାଧା ଚୌଧୁରୀଙ୍କ ନେତୃତ୍ୱରେ ଏକ ଟିମ୍ ଆଣ୍ଡାମାନ ଦ୍ୱୀପପୁଞ୍ଜର ଆଠଟି ପ୍ରାକୃତିକ ସ୍ଥାନରୁ ସଂଗୃହିତ ୪୮ ଟି ମାଟି ଏବଂ ଜଳର ନମୁନା ଅଧ୍ୟୟନ କରିଥିଲେ। ସେମାନେ ବାଲୁକା କୂଳ, ପଥର କୂଳ, ଜୁଆର ଜାଲ ଏବଂ ମାଙ୍ଗ୍ରୋଭ୍ ଜଳାଶୟ ଉପରେ ଗବେଷଣା କରିଥିଲେ । ସେମାନଙ୍କର ଅଧ୍ୟୟନ ସମୟରେ, ଅନୁସନ୍ଧାନକାରୀମାନେ ସି ଆରିସରକୁ ଦୁଇଟି ସ୍ଥାନରୁ ଚିହ୍ନଟ କରିଥିଲେ । ଏକ ଲୁଣିଆ ଆର୍ଦ୍ରଭୂମି ଯେଉଁଠାରେ ପ୍ରାୟତ ଲୋକଙ୍କ ଯାତାୟାତ ନାହିଁ ଏବଂ ଅଧିକ ମାନବ କାର୍ୟ୍ୟକଳାପ ସହିତ ଏକ ସମୁଦ୍ରକୂଳ ।
ଅନୁସନ୍ଧାନକାରୀମାନେ ଏହା ମଧ୍ୟ ଦେଖିଲେ, ସମୁଦ୍ର କୂଳରୁ ସଂଗୃହିତ ସି ଆରିସ ମଲଟି ଡ୍ରଗ୍ସ ପ୍ରତିରୋଧକ ଥିଲା ଓ ହସ୍ପିଟାଲରେ ଦେଖାଯାଉଥିବା ଷ୍ଟ୍ରେନ ସମକକ୍ଷ ଥିଲା ବୋଲି ଡ ଚୌଧୁରୀ କହିଛନ୍ତି । ଏହି ଜୀବାଣୁ ମଧ୍ୟରୁ ଗୋଟିଏ ଉଚ୍ଚ ତାପରେ ଶିଥିଳଭାବେ ବୃଦ୍ଧିପାଇଥାଏ । ଏହି ଷ୍ଟ୍ରେନ ହୁଏତ ଜଙ୍ଗଲ ନିଆଁ ପରି ବ୍ୟାପିବ ।

ତଥାପି, ଦଳ ଦ୍ୱାରା କରାଯାଇଥିବା ଅନୁସନ୍ଧାନ ପ୍ରମାଣ କରେ ନାହିଁ ଯେ ସି ଆରିସ୍ ସ୍ୱାଭାବିକ ଭାବରେ ଆଣ୍ଡାମାନ ଦ୍ୱୀପପୁଞ୍ଜରେ ଉତ୍ପନ ହୋଇଛି । ସମ୍ଭବତଃ ଲୋକଙ୍କ ଦ୍ୱାରା ସେଠାରେ ସେଠାରେ ଉତ୍ପନ୍ନ ହୋଇଥାଇପାରେ ।