ପ୍ରକାଶ ପାଇଲା ଇଂରାଜୀ ନବବର୍ଷ ୨୦୨୨ର ୱାଲ କ୍ୟାଲେଣ୍ଡର

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଲା ଇଂରାଜୀ ନବବର୍ଷ ୨୦୨୨ର ୱାଲ କ୍ୟାଲେଣ୍ଡର ।

0

(ପୁରୀ) : ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଲା ଇଂରାଜୀ ନବବର୍ଷ ୨୦୨୨ର ୱାଲ କ୍ୟାଲେଣ୍ଡର । ଏହି କ୍ୟାଲେଣ୍ଡରକୁ ଜାନୁଆରୀ ୧୭ ତାରିଖ ପୁଷ୍ୟାଭିଷେକ ତିଥିରେ ମହାପ୍ରଭୁଙ୍କୁ ଲାଗି କରାଯାଇଥିଲା । ଏହି କ୍ୟାଲେଣ୍ଡରକୁ ଶ୍ରଦ୍ଧାଳୁମାନେ ୧୦୦ ଟଙ୍କା ବିନିମୟରେ କ୍ରୟ କରି ପାରିବେ । ଶ୍ରୀମନ୍ଦିର ପ୍ରଶାସନର ସମସ୍ତ ବିକ୍ରୟ କେନ୍ଦ୍ରରେ ଏହି କ୍ୟାଲେଣ୍ଡର ମିଳି ପାରିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି ।

ସୂଚନାନୁଯାୟୀ , ପ୍ରକାଶିତ ଶ୍ରୀମନ୍ଦିର ଇଂରାଜୀ ନୂତନ ବର୍ଷର କ୍ୟାଲେଣ୍ଡରରେ ଫେବ୍ର୍ରୁଆରି ୫ ସରସ୍ୱତୀ ପୂଜା ତିଥିରେ ତିନି ରଥ କାଠ ଅନୁକୂଳ ହେବ । ତା ସହ ମାର୍ଚ୍ଚ ୧ ତାରିଖ ମହାଶିବ ରାତ୍ରି, ହୋଲି ମାର୍ଚ୍ଚ ୧୯, ମହା ବିଷୁବ ସଂକ୍ରାନ୍ତି ଏପ୍ରିଲ ୧୪, ମେ ୩୦ ସାବିତ୍ରୀ ଅମାବାସ୍ୟା, ଜୁନ ୧୪ରେ ପହିଲି ରଜ, ଜୁନ ୧୫ରେ ରଜ ସଂକ୍ରାନ୍ତି ପାଳନ ହେବ । ୨୦୨୨ ଜୁଲାଇ ୧ରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବ ବୋଲି କ୍ୟାଲେଣ୍ଡରରେ ଉଲ୍ଲେଖ ରହିଛି ।