ବିନା ପ୍ରମାଣରେ ସ୍ୱାମୀଙ୍କୁ କହିପାରିବେନି ମଦ୍ୟପ

ପୁଣେରେ ଏକ ପାରିବାରିକ ମମାଲକୁ ନେଇ ର୍କୋଟ ଏହି ନିଷ୍ପର୍ତ୍ତି ଶୁଣାଇଛନ୍ତି

0

ପୁଣେ: ବିନା ପ୍ରମାଣରେ ସ୍ୱାମୀ କୁ କହିପାରିବେନି ମଦ୍ୟପ । ସ୍ୱାମୀଙ୍କୁ ବଦନାମ କରିବା କିମ୍ବା ମଦ୍ୟପ କହିବା ପାଇଁ ପ୍ରମାଣ ଆବଶ୍ୟକ । ବମ୍ବେ ହାଇାକୋର୍ଟ ଏ ନେଇ ୧୨ ଅକ୍ଟୋବର ଦିନ ରାୟ ଦେଇଛନ୍ତି । ପୁଣେ ସହରର ଏକ ପାରିବାରିକ ମାମଲାକୁ ନେଇ ଏପରି ନିଷ୍ପର୍ତ୍ତି ଶୁଣାଇଛି ହାଇକୋର୍ଟ ।

ଜଣେ ୫୦ ବର୍ଷ ବୟସ୍କା ମହିଳାଙ୍କ ଦ୍ୱାରା କରାଯାଇଥିବା ଆବେଦନକୁ ଖାରଜ କରିଥିଲେ ନ୍ୟାୟଧୀସ ନିତିନ ଜାମଦାର ଏବଂ ଶର୍ମିଲା ଦେଶମୁଖ । କିନ୍ତୁ ମିଳିଥିବା ରାୟ ଉପରେ ସନ୍ତୁଷ୍ଟ ନଥିଲେ ଆବେଦନକାରୀ ମହିଳା । ତେଣୁ ସେ ଏ ନେଇ ପୁଣି ନଭେମ୍ବର ୨୦୦୫ରେ ପୁଣେର ଏକ ପାରିବାରିକ କୋର୍ଟରେ ଚାଲେଞ୍ଜ କରିଥିଲେ ।ସୂଚନାମୁତାବକ, ଆବେଦନ ଉପରେ ଶୁଣାଣି  ବିଚାରଧୀନ ଥିବା ଅବସ୍ଥାରେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା । କୋର୍ଟ ମୃତ ବ୍ୟକ୍ତିଙ୍କର ଉତ୍ତରାଧିକାରୀଙ୍କୁ ଉତ୍ତରଦାତା ଭାବେ ଯୋଡିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ମହିଳା ଜଣକ ଦାବି କରିଛନ୍ତି ଯେ ମୃତବ୍ୟକ୍ତି ତଥା ତାଙ୍କ ସ୍ୱାମୀ ଜଣେ ମଦ୍ୟ ଏବଂ ବହୁ ଝିଅଙ୍କ ସହ ସର୍ମ୍ପକ ରଖିଥିବା ଭଳି କୁକର୍ମ କାର୍ଯ୍ୟରେ ଲିପ୍ତ ରହୁଥିଲେ । ଏହା ସହ ମହିଳା ଆହୁରିମଧ୍ୟ କହିଛନ୍ତି ଯେ, ତାଙ୍କୁ ତାଙ୍କ ପିଲା ଏବଂ ନାତିନାତୁଣିଙ୍କ ଠାରୁ ଅଲଗା କରିଦେଇଥିଲେ ସ୍ୱାମୀ । ଯାହା ଦ୍ୱାରା ତାଙ୍କ ବୈବାହିକ ଜୀବନ ଅତ୍ୟନ୍ତ ବିତୃଷ୍ଣାରେ ଭରି ଯାଇଥିଲା ।  ତେବେ ଉପରୋକ୍ତ ବିଷୟକୁ ବିଚାରକୁ ନେଇ,  ଏହା ଛାଡପତ୍ର ପ୍ରଦାନ ପାଇଁ ଏକ ଉପଯୁକ୍ତ ମମଲା ବୋଲି କୋର୍ଟ ରାୟ ଦେଇଛନ୍ତି ।