କ୍ୟାମେରା ମ୍ୟାନ୍ ମାନସ ସ୍ୱାଇଁ ହତ୍ୟାକାଣ୍ଡ ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ: କ’ଣ ରହିଛି ରିପୋର୍ଟ ପଢ଼ୁନ୍ତୁ ବିସ୍ତୃତ ଭାବେ

0

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ମାନସ ସ୍ୱାଇଁ ହତ୍ୟା ମାମଲାରେ ନେଇଛି ନୂଆମୋଡ଼ । ଆସି ଯାଇଛି ମାନସ ସ୍ୱାଇଁ ହତ୍ୟାକାଣ୍ଡର ଶବ ବ୍ୟବଚ୍ଛେଦ ରିପୋର୍ଟ । ମାନସଙ୍କ ପୋଷ୍ଟ ମର୍ଟମ ରିପୋର୍ଟ କ୍ରାଇମବ୍ରାଂଚ ହସ୍ତଗତ ହୋଇଥିବା ଜଣାପଡିଛି । ଏହି ରିପୋର୍ଟରେ ମାନସଙ୍କୁ ଲମ୍ବା ସମୟ ଧରି ଭୋକ ଉପାସରେ ରଖାଯାଇଥିଲା ଓ ତାଙ୍କ କଙ୍କାଳରେ ଶକ୍ତ ଅଘାତ ଲାଗିଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ସେହିପରି ତାଙ୍କୁ ଶାରୀରିକ ନିର୍ଯାତନ ଦିଆଯାଇଥିବା ସ୍ପଷ୍ଟ ହୋଇଛି ।


ରିପୋର୍ଟ ଅନୁସାରେ, ତାଙ୍କୁ ଏଭଳି ମାଡ଼ ହୋଇଥିଲା ଯେ ପିଞ୍ଜରା ହାଡ଼ ଓ ମେରୁ ହାଡ଼ ଭାଙ୍ଗି ଯାଇଥିଲା । ଏଥିପାଇଁ ମାନସଙ୍କର ପ୍ରଚୁର ରକ୍ତସ୍ରାବ ହୋଇଥିଲା । ଯେଉଁ କାରଣରୁ ମାନସଙ୍କ ମୃତ୍ୟୁ ହୋଇଥିଲା । ମାନସଙ୍କୁ ଳୁହା ରଡ଼ରେ ମାଡ଼ ମରାଯାଇଥିବା ରିପୋର୍ଟରେ ଇଙ୍ଗିତ କରାଯାଇଛି । ହେଲେ ପୋଲିସ ୩ଟି ଠେଙ୍ଗା ଜବତ କରିଥିବାବେଳେ ହତ୍ୟାର ଅନ୍ୟ ସାମଗ୍ରୀ କୁଆଡ଼େ ଗଲା ତାକୁ ଏବେ ନେଇ ପ୍ରଶ୍ନ ଉଠିଛି?


ଅନ୍ୟପକ୍ଷେ, ଅଭିଯୁକ୍ତ ଜେରାପାଇଁ କ୍ରାଇମବ୍ରାଂଚ ଏଡିଜି ସଂଜୀବ ପଣ୍ଡାଙ୍କ ନେତୃତ୍ୱରେ ଚାରଟି ଟିମ୍ ଗଠନ କରାଯାଇଛି । ପ୍ରତି ଟିମରେ ୪ ଜଣ ଲେଖାଏଁ ପୁଲିସ ଅଧିକାରୀ ରହିଛନ୍ତି । ଜେରାର ପ୍ରଥମ ଦିନରେ ଶର୍ମିଷ୍ଠା ଯେଉଁ କାହାଣୀ କହିଛି ତାଙ୍କ ସହଜରେ ବିଶ୍ୱାସ କରିପାରୁନି କ୍ରାଇମବ୍ରାଂଚ । ସେ କହିଥିଲେ ଫେବୃଆରୀ ୨ ତାରିଖରେ ଦରମା ଟଙ୍କାକୁ କେନ୍ଦ୍ରକରି ମାନଓ ଚାକିରି ଛାଡିଦେଇଥିଲେ । ପରେ ମାନଓ ଏକ ମେମୋରି କାର୍ଡ଼ ନ ଫେରାଇବାରୁ ବିବାଦ ସୃଷ୍ଟି ହୋଇଥିବା କହିଛନ୍ତି । ଏହି ମେମୋରି କାର୍ଡ଼ ମାନସଙ୍କୁ ସେ ଏକ ମାସ କାଳ ମାଗି ମାଗି ଥକିଯାଇଥିଲା ।

ଫୋନ୍ କଲେ ବି ମାନସ ଫୋନ୍ ଉଠାଉ ନଥିଲା । ଅନେକ ଖୋଜା ଖୋଜି କରିବା ପରେ ଶେଷରେ ଚାନ୍ଦବାଲିରୁ ମାନସଙ୍କୁ ଉଠାଇ ଆଣି ମେମୋରି କାର୍ଡ ହାତେଇଥିବା କହିଛି ଶର୍ମିଷ୍ଠା । ସେ ମେମୋରିରେ ବାହାଘର ଓ ବ୍ରତଘର ଫଟୋ ଭିଡ଼ିଓକୁ କେନ୍ଦ୍ରକରି ଏଭଳି କାଣ୍ଡ କରିଥିବା ବେଳେ ଏହାକୁ କ୍ରାଇମବ୍ରାଂଚ ଅତି ସହଜରେ ବିଶ୍ୱାସ କରିପାରୁନାହିଁ । ଏବେ କ୍ରାଇମବ୍ରାଂଚ ଅଧିକ ତଦନ୍ତ ଜାରି ରଖିଛି । କ୍ରାଇମବ୍ରାଂଚ କ’ଣ ଖୋଲିପରିବା ଶର୍ମିଷ୍ଠାଙ୍କ ମୁଖା ।