ନୂଆଦିଲ୍ଲୀ: କରୋନାର ଡେଲ୍ଟା ଭାରିଆଣ୍ଟ ମାମଲା ବୃଦ୍ଧି ପାଉଥିବାରୁ ଭାରତ ସହ ବିମାନ ଚଳାଚଳ କ୍ଷେତ୍ରରେ କଡା ଆଭିମୁଖ୍ୟ ପୋଷଣ କରିଛି କାନାଡା । କାନାଡା ସରକାର ପୁଣି କଟକଣା କଡ଼ାକଡ଼ି କରିଛନ୍ତି। ଭାରତରୁ ଡାଇରେକ୍ଟ ଫ୍ଲାଇଟ୍ ଉପରେ କାନାଡା ସରକାର ଜାରିଥିବା ପ୍ରତିବନ୍ଧକକୁ ଅଗଷ୍ଟ ୨୧ ତାରିଖ ଯାଏ ବଢାଇ ଦେଇଛନ୍ତି ।
କାନାଡାର ପରିବହନ ମନ୍ତ୍ରୀ ଓମାର୍ ଆଲଘାବ୍ରା କହିଛନ୍ତି, କୋଭିଡ୍-୧୯ରେ ଦେଖା ଦେଇଥିବା ଡେଲ୍ଟା ଭାରିଆଟକୁ ଦୃଷ୍ଟିରେ ରଖି ଭାରତରୁ ବିମାନ ଚଳାଚଳ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଭାରତରେ ଏବେବି ସ୍ଥିତି ଚିନ୍ତାଜନକ ରହିଛି। ତେଣୁ କରୋନା ମାମଲା ନିୟନ୍ତ୍ରଣକୁ ଆସିବା ପରେ ହିଁ ବିମାନ ଚଳାଚଳ ସ୍ୱାଭାବିକ ହେବ । ହେଲ୍ଥ କାନାଡା ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ଯେ ଜନସ୍ୱାସ୍ଥ୍ୟ ପରାମର୍ଶ ଆଧାରରେ ଏହି ପ୍ରତିବନ୍ଧକକୁ ବୃଦ୍ଧି କରାଯାଇଛି । ଯଦି ମାମଲାରେ ସୁଧାର ଆସିବ, ତାହେଲେ ସେପ୍ଟେମ୍ବର ୭ ତାରିଖରୁ ପ୍ରତିବନ୍ଧକ ଉଠାଇ ଦିଆଯିବ। ତେବେ ଯେଉଁମାନଙ୍କର ଟିକାକରଣ ସରିଥିବ, ସେମାନଙ୍କୁ ଅନୁମତି ମିଳିବ ।