ହାଇୱାକୁ ପିଟିଲା କାର, ପତ୍ନୀ ମୃତ

ଭଦ୍ରକ ୧୬ନଂ ଜାତୀୟ ରାଜପଥ ବାରିକପୁର କାଳିତ୍ରା ମନ୍ଦିର ଛକ ନିକଟରେ ଗତକାଲି ରାତିରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।

0

(ଭଦ୍ରକ) : ଭଦ୍ରକ ୧୬ନଂ ଜାତୀୟ ରାଜପଥ ବାରିକପୁର କାଳିତ୍ରା ମନ୍ଦିର ଛକ ନିକଟରେ ଗତକାଲି ରାତିରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ସ୍ୱାମୀ ଗୁରୁତର ହୋଇଥିବା ବେଳେ ପତ୍ନୀଙ୍କର ମୃତ୍ୟୁ ହୋଇଛି । କାର୍‌ଟି ଚୁରମାର ହୋଇଯାଇଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ସୋର ଅଞ୍ଚଳର ମନୋଜ ଗୁପ୍ତା ଓ ତାଙ୍କ ସ୍ତ୍ରୀ ସବିତା ଗୁପ୍ତା ଗତକାଲି ଭୁବେନେଶ୍ୱରରୁ ସୋର ଅଭିମୁଖେ ଏକ କାର୍‌ ଯୋଗେ ଫେରୁଥିଲେ। ଦ୍ରୁତ ଗତିରେ ଥିବା କାର୍‌ଟି ହାଇୱା ପଛରେ ପିଟି ହୋଇଥିଲା। ଫଳରେ କାର୍‌ ଭିତରେ ବସିଥିବା ଦମ୍ପତି ଗୁରୁତର ହୋଇଥିବା ବେଳେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଉଭୟଙ୍କୁ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଡାକ୍ତର ବବିତାଙ୍କୁ ମୃତ ଘୋଷଣା କରିଥିବା ବେଳେ ମନୋଜଙ୍କ ଅବସ୍ଥା ଗୁରୁତର ଅଛି।