କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ କରୋନାରେ ସଂକ୍ରମିତ

0

(ନୂଆଦିଲ୍ଲୀ) : କରୋନା ଭାଇରସ୍ ଏବେ ପୁରା ଦେଶରେ ଭୟାବହର ବାର୍ତ୍ତା ସୃଷ୍ଟି କରିଛି । ନେତା, ମନ୍ତ୍ରୀ ଓ ବହୁ ପ୍ରଭାବଶାଳୀ ବ୍ୟକ୍ତି ମଧ୍ୟ କରୋନା ସଂକ୍ରମିତ ହୋଇ ସାରିଲେଣି । ଏବେ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ କରୋନାରେ ସଂକ୍ରମିତ ହୋଇଛନ୍ତି । ଏନେଇ ସେ ନିଜେ ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି । ସେ ଦିଲ୍ଲୀରେ ଥିବା ତାଙ୍କ ବାସ ଭବନରେ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି ।
ସେ କହିଛନ୍ତି କି , ମୋର କୋଭିଡ୍ ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିଛି । ଏବେ ମୁଁ ଦିଲ୍ଲୀ ବାସଭବନରେ କ୍ବାରେଣ୍ଟାଇନ୍‌ରେ ଅଛି । ଦୟାକରି ମୋ ସମ୍ପର୍କରେ ଆସିଥିବା ସମସ୍ତ ଲୋକ ନିଜକୁ ଆଇସୋଲେସନ ରହିବାକୁ  ଅନୁରୋଧ କରୁଛି ।

ଦିଲ୍ଲୀରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଯାହା ଏବେ ଚିନ୍ତାଜନକ ବିଷୟ ପାଲଟିଛି ।