ରସିକିଆ ନକଲି ଡାକ୍ତର ନାଁରେ ରୁଜୁ ହେଲା ଆଉ ଦୁଇଟି ମାମଲା

ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ନାଁରେ ରୁଜୁ ହେଲା ଆଉ ଦୁଇଟି ମାମଲା ।

0

(ଭୁବନେଶ୍ୱର) : ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ନାଁରେ ରୁଜୁ ହେଲା ଆଉ ଦୁଇଟି ମାମଲା । ୬୯ ହଜାର ଟଙ୍କା ଠକେଇ ଅଭିଯୋଗରେ ପାହାଳ ଥାନାରେ ରୁଜୁ ହୋଇଛି ମାମଲା। ଠିକ୍‌ ସେମିତି ଜାଲ୍‌ ଡକ୍ୟୁମେଣ୍ଟ ପାଇଁ ସହିଦନଗର ଥାନାରେ ମାମଲା ରୁଜୁ ହୋଇଛି। ଜାଲ୍‌ ଡକ୍ୟୁମେଣ୍ଟ ଦ୍ୱାରା କାର୍‌ ରେଜିଷ୍ଟ୍ରେସନ ନମ୍ବର କରିଥିବା ଅଭିଯୋଗ ହୋଇଛି। ନକଲି ଡାକ୍ତରଙ୍କୁ ଆଉ ୭ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଛନ୍ତି ମହିଳା ଥାନା ପୁଲିସ୍‌ । ଗୌହାଟୀ ପତ୍ନୀଙ୍କୁ ଠକେଇ ଅଭିଯୋଗର ତଦନ୍ତ ପାଇଁ ରିମାଣ୍ଡ ଆବେଦନ କରାଯାଉଛି।

ସୂଚନାନୁଯାୟୀ , ଅନ୍ୟପକ୍ଷରେ ଆଜି ବନ୍ଧା ହୋଇଛି ଠକ ଡାକ୍ତରର ଭଉଣୀ। ଯିଏ ଭାଇର କ୍ରାଇମ ପାର୍ଟନର ସାଜି ଚଳାଉଥିଲା କଳା ବେପାର। ଟଙ୍କା, ସୁନା, ଧନ ସମ୍ପତ୍ତି ଲୁଟିବା ଚକ୍କରରେ ଏକାଧିକ ମହିଳାଙ୍କୁ ବିବାହ ଷଡ଼ଯନ୍ତ୍ରରେ ସଂଶ୍ଳିଷ୍ଟ ଥିଲା। ଭାଇଙ୍କୁ କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ଡାକ୍ତର ବୋଲି ଦର୍ଶାଇ ମହିଳାଙ୍କୁ ପରିଚିତ କରାଉଥିଲା।