ଜେଲ ଗଲେ ରଶିକିଆ ଶଶୁର

0

(ଜୟନ୍ତ କୁମାର ସେଠୀ / ଗୋପ) : ଗତକାଲି ପୋଲିସ ଦ୍ଵାରା ଅଟକ ହୋଇଥିବା ଶଶୁରଙ୍କୁ ପିପିଲି ପୋଲିସ କୋର୍ଟ ଚାଲାଣ କରିଥିବା ବେଳେ ମାନ୍ୟବର ବିଚାରପତି ଜେଲ ହାତକୁ ପଠାଇଛନ୍ତି ।
ସୂଚନା ଥାଉକି ପିପିଲି ସାତଶଙ୍ଖ ଅଞ୍ଚଳରେ ଜଣେ ବିବାହିତା ମହିଳାଙ୍କୁ ତାଙ୍କ ଶ୍ୱଶୁର ବାରମ୍ବାର ବଳତ୍କାର କରିବାକୁ ଉଦ୍ୟମ କରୁଥିଲେ । ଫଳରେ ବୋହୁ ଶ୍ୱଶୁରଙ୍କ ବିରୁଦ୍ଧରେ ଅଭିଯୋଗ କଲେ ମଧ୍ୟ ବୋହୁ କଥା କୁ କେହି ଗ୍ରହଣ କରୁନଥିଲେ । ଶେଷରେ ବାଧ୍ୟ ହୋଇ ଶ୍ୱଶୁର ଙ୍କର କଳା କାରନାମା କୁ ନିଜ ମୋବାଇଲ ରେ ଭିଡ଼ିଓ ଉତ୍ତୋଳନ କରି ଗତ ୧୧ ତାରିଖରେ ବୋହୁ ପିପିଲି ଥାନା ରେ ଲିଖିତ ଅଭିଯୋଗ କରିବା ପରେ ଗତକାଲି ପିପିଲି ପୋଲିସ ଦ୍ବାରା ଶ୍ୱଶୁର କୁ ପ୍ରଥମେ ଅଟକ ପରେ ଗିରଫ କରିଥିଲା ପୋଲିସ। ଗତକାଲି ଶଶୁରର ଡାକ୍ତରୀ ମାଇନା ହେବ ସହିତ ଶ୍ୱଶୁର କୁ କୋର୍ଟ ଚାଲାଣ କରିଥିଲା ପୋଲିସ। ମାନ୍ୟବର ଜେ ଏମ ଫ ସି କୋର୍ଟ ର ବିଚାର ପତି ଅଭିଯୁକ୍ତ ଶଶୁରର ଜାମିନ ନା ମଞ୍ଜୁର କରି ବିଚାର ବିଭାଗୀୟ ହାଜତ କୁ ପଠାଇଛନ୍ତି ।