ସିବିଆଇ ବିଲ୍ଡିଂର ବେସମେଣ୍ଟରେ ଲାଗିଲା ନିଆଁ

ସିବିଆଇ ବିଲ୍ଡିଂର ବେସମେଣ୍ଟରେ ଲାଗିଲା ନିଆଁ। ନୂଆଦିଲ୍ଳୀର ଲୋଧି ରୋଡ଼

0

(ଦିଲ୍ଲୀ) : ସିବିଆଇ ବିଲ୍ଡିଂର ବେସମେଣ୍ଟରେ ଲାଗିଲା ନିଆଁ। ନୂଆଦିଲ୍ଳୀର ଲୋଧି ରୋଡ଼ ଅଞ୍ଚଳରେ ଥିବା ସିଜିଓ କମ୍ପ୍ଲେକ୍ସରେ ସିବିଆଇ ଅଫିସ୍‌ରେ ଅଗ୍ନିକାଣ୍ଡ ଘଟିଛି। ଅଫିସରେ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ଦମକଳ ବାହିନୀର ୮ଟି ଗାଡ଼ି ପହଞ୍ଚିଛି। ବର୍ତ୍ତମାନ ଅଗ୍ନିଶମ ଟିମ୍ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି।

ସୂଚନାନୁଯାୟୀ , ଶୁକ୍ରବାର ମଧ୍ୟାହ୍ନ ୧.୩୬ରେ ସିବିଆଇ ବିଲଡିଂରେ ନିଆଁ ଲାଗିଥିଲା । ଅଗ୍ନିଶମ ଟିମ୍‌କୁ ସୂଚନା ମିଳିବା ପରେ ଘଟଣସ୍ଥଳରେ ୮ଟି ଦମକଳ ପହଞ୍ଚିଥିଲା। ବର୍ତ୍ତମାନ ଅଗ୍ନିଶମ ଟିମ୍ ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ ଜାରି ରଖିଛି। ତେବେ ଅଗ୍ନିକାଣ୍ଡ ପ୍ରକୃତ କାରଣ ଜଣାପଡିନାହିଁ। ସୌଭାଗ୍ୟବଶତଃ ଏହି ଅଗ୍ନିକାଣ୍ଡରେ କେହି ଆହତ ହୋଇ ନାହାନ୍ତି। ବର୍ତ୍ତମାନ ଅଗ୍ନିଶମ ଟିମ୍ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି।