ନବରଙ୍ଗପୁର ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଦିବସ ପାଳନ ପାଇଁ ବିଗୁଲ ବାଜିଲା 

0

ନବରଙ୍ଗପୁର(ଟୁକୁନା ଖୁରା):ନବରଙ୍ଗପୁର ଜିଲ୍ଲା ର ସର୍ବପୂରାତନ ଶିକ୍ଷା ଅନୁଷ୍ଠାନ  ନବରଙ୍ଗପୁର ମହାବିଦ୍ୟାଳୟ ତାର ପଚାଶ ବର୍ଷ ଅତିକ୍ରମ କରି ବାବନ  ବର୍ଷରେ ପ୍ରଦାର୍ପଣ କରୁଛି। ୧୯୭୧ ମସିହାରେ ପ୍ରତିଷ୍ଠା ହୋଇଥିବା  ନବରଙ୍ଗପୁର ମହାବିଦ୍ୟାଳୟ ୨୦୨୧ ମସିହାରେ ତାର ପଚାଶ ବର୍ଷ ପୂରଣ ହୋଇଥିଲେ ମଧ୍ୟ  ସାରା ବିଶ୍ୱରେ ମହାମାରୀ କୋରନର ପ୍ରକୋପ ସାମ୍ନା ସ୍ଵରୂପ ଠିକ ସମୟରେ ତାର ପଚାଶ ବର୍ଷ ପୂର୍ତ୍ତି ପାଳନ  ପାଳନ  ହୋଇପାରି ନଥିଲା।

ଆଜି ନବରଙ୍ଗପୁରର ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାର ଘରଣୀଙ୍କ ମନ୍ଦିରରୁ ରାଜ ପୁରୋହିତ ନରସିଂହ ତ୍ରିପାଠୀଙ୍କ ଦ୍ଵାରା ପୂଜାର୍ଚନା କରିବା ପରେ ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରି  ନବରଙ୍ଗପୁର ମହାବିଦ୍ୟାଳୟ ପହଞ୍ଚିଲା ପରେ ଆନୁଷ୍ଠାନିକ ଭାବରେ ନବରଙ୍ଗପୁର ମହାବିଦ୍ୟାଳୟର ପ୍ରାଶାସନିକ ଭବନ ଉଦଘାଟନ ହୋଇଥିଲା। ପ୍ରକାଶ ଥାଉକି ଏହି ବର୍ଷ ପାର୍ବଣ ରୁତୁ ତଥା ଡିସେମ୍ବର ମାସ ତା ୧୬.୧୨.୨୦୨୨ ରିଖ ଠାରୁ ୧୮.୧୨.୨୦୨୨ପର୍ଯ୍ଯନ୍ତ ଜିଲ୍ଲାର ସର୍ବପୂରାତନ ନବରଙ୍ଗପୁର ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଦିବସ ପାଳନ କରିବା ପାଇଁ ତାରିଖ ସ୍ଥିରୀକୃତ ହୋଇଛି।