ଅକ୍ଷୟ ମହାନ୍ତିଙ୍କ ଜନ୍ମ ଜୟନ୍ତୀ ପାଳନ

0

କେନ୍ଦ୍ରାପଡା/ ମହେଶ ପାଢୀ :ବିଶିଷ୍ଟ ସଂଗୀତ ନିର୍ଦେଶକ, ଗାୟକ ଚିର ସବୁଜ ସ୍ବର୍ଗତ ଅକ୍ଷୟ ମହାନ୍ତିଙ୍କ ୮୬ ତମ ଜନ୍ମ ଜୟନ୍ତି ସମାରୋହ ତାଙ୍କ ନିଜ ଜନ୍ମଭୂମି କେନ୍ଦ୍ରାପଡ଼ା ଜିଲ୍ଲା ଚାନ୍ଦୋଳ ପଂଚାୟତ ବାଙ୍କୀମୁଣ୍ଡାଇ ର ଆରାଧ୍ୟ ଦେବୀ ଶ୍ରୀ ଶ୍ରୀ ମା କନ୍ତ୍ରେଇ ମନ୍ଦିର ପରିସରରେ ଠାରେ ଆୟୋଜିତ ହୋଇଥିଲା । ଅକ୍ଷୟ ମହାନ୍ତିଙ୍କ ସ୍ମୁତି ପରିଷଦ ପକ୍ଷରୁ ଏକ ସଂଗୀତ ସନ୍ଧ୍ୟା ଆୟୋଜନ କରାଯାଇଥିଲା। ପ୍ରବଳ ବର୍ଷା ସତ୍ୱେ କାର୍ୟ୍ୟକ୍ରମ ବିଳମ୍ବ ରେ ଆୟୋଜିତ ହୋଇଥିଲା. ପୁଣ୍ୟର ନଦୀ ତୀରେ, ସ୍ମୁତି ଏକ ରୁପା ଜନ୍ହ, ଯା ରେ ଭାସି ଭାସି ଯା ଭଳି ଲୋକପ୍ରିୟ ସଂଗୀତ ରେ କଳାକାର ମାନେ କଣ୍ଠଦାନ କରିବା ସହ ନୃତ୍ୟ ପରିବେଷଣ କରିଥିଲେ ।

ଏହି ସନ୍ଧ୍ୟାରେ ଭାବଗ୍ରାହୀ କଳା ନିକେତନର ର ଗୀତିକାର ମାନେ ଅକ୍ଷୟ ମହାନ୍ତିଙ୍କ ଅନେକ ପୁରୁଣା ଦୃୟସ୍ପସୀ ସଂଗୀତ ପରିବେଷଣ କରିଥିଲେ। ଭାବଗ୍ରାହୀ କଳା ନିକେତନର ମୁଖ୍ୟ ବିମଳ ପ୍ରସାଦ ପରିଡା, ଅକ୍ଷୟ ମହାନ୍ତି, ଅକ୍ଷୟ ମହାନ୍ତିଙ୍କ ସ୍ମୁତି ସଂସଦ ସଭାପତି ଅମିତ କୁମାର ମହାନ୍ତି , ଆବାହକ ଦିଲୀପ ମହାନ୍ତି, ଯୁବ କର୍ମକର୍ତା ଆଶିଷ ମିତ୍ର, ରାକେଶ ସୂତାର ପ୍ରମୁଖ କାର୍ୟ୍ୟକ୍ରମ କୁ ଆଗେଇ ନେବା ସହ କଳାକାର ମାନଙ୍କୁ ଉତ୍ସାହିତକରିଥିଲେ। ଏହି କାର୍ୟ୍ୟକ୍ରମ ରେ ବିଜୁ ଯୁବ ଜନତା ଦଳର ସଭାପତି ରାଜେଶ ଦାସ, କେନ୍ଦ୍ରାପଡ଼ା ଅର୍ବାନ ବ୍ୟାଙ୍କ ସଭାପତି ଗୁରୁ ପ୍ରସାଦ ମହାନ୍ତି, ଆଇନଜୀବି ବିଦୁଭୂଷଣ ମହାପାତ୍ର ଅତିଥି ଭାବେ ଯୋଗଦେଇଥିଲେ।