ହର ଘର  ତିରଙ୍ଗା  ଅଭିଯାନର ଗୀତ ଗାଇଲେ ସେଲିବ୍ରିଟି

0

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଧୀନତାର ୭୫ ବର୍ଷ ପୂରଣ ଅବସରରେ ଏକ ନିୟର ପ୍ରୟାସ ଆରମ୍ଭ କରିଛନ୍ତି | ଯାହାକୁ ହର ଘର ତିରଙ୍ଗା ଅଭିଯାନ ବୋଲି କୁହାଯାଏ | ଏହି ଅଭିଯାନରେ ସମଗ୍ର ଭାରତବାସୀ ନିଜ ସୋସିଆଲ ମିଡ଼ିଆ ପ୍ରୋଫାଇଲରେ ତିରଙ୍ଗାର ଫଟୋ ରଖିବା ସହ ଘରେ ଘରେ ତିରଙ୍ଗା ଉଡ଼ାଇବାକୁ କୁହାଯାଇଛି |

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ତାଙ୍କ ସୋସିଆଲ ମିଡିଆ ପ୍ରୋଫାଇଲରେ ତ୍ରିରଙ୍ଗା ଫଟୋ ରଖିଛନ୍ତି। ସେବେଠାରୁ ଫେସବୁକ, ଇଷ୍ଟଗ୍ରାମ, ଟ୍ୱିର୍ଟର ଆଦି ସୋସିଆଲ ମିଡିଆ ପ୍ରୋଫାଇଲରେ ତ୍ରିରଙ୍ଗା ଫଟୋ ରଖିବାକୁ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି ଯେ, ସ୍ୱାଧୀନତାର ୭୫ ବର୍ଷ ଅବସରରେ ଏଥର ୧୩ ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଅମୃତ ମହୋତ୍ସବ ପାଳନ କରାଯିବ। ଏହି କାରଣରୁ ହର ଘର ତ୍ରିରଙ୍ଗା ଗୀତ ରିଲିଜ୍ ହୋଇଛି।

ସେହିପରି ଏହି ଅବସରରେ ଭାରତୀୟ ସଂସ୍କୃତି ମନ୍ତ୍ରାଳୟ ଗୋଟିଏ ଚାରି ମିନିଟ୍ ୨୪ ସେକେଣ୍ଡର ଏକ ଭିଡିଓ ରିଲିଜ୍ ହୋଇଛି। ଗୋଟେ ଗୀତ ମଧ୍ୟ ବାହାରିଛି ଯେଉଁଥିରେ ବଲିଉଡର ଅଭିନେତା ଓ କ୍ରିକେଟର ମାନେ ମଧ୍ୟ ସାମିଲ ହୋଇଛନ୍ତି |ଏହି ଭିଡିଓରେ ପ୍ରସିଦ୍ଧ ଅଭିନେତା ଅମିତାଭ ବଚ୍ଚନଙ୍କଙ୍କ ବ୍ୟତୀତ ପ୍ରଭାସ ଏବଂ କୀର୍ତ୍ତି ସୁରେଶ ମଧ୍ୟ ନଜର ଆସିଛନ୍ତି। କ୍ରିକେଟର ଏବଂ ଆଥଲେଟ୍ସ ପର୍ଯ୍ୟନ୍ତ ଏହି ଗୀତରେ ଅନ୍ତର୍ଭୁକ୍ତ କରାଯାଇଛି।ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଏହି ଗୀତଟି ସୋନୁ ନିଗମ, ଆଶା ଭୋସଲେ ଗାଇଛନ୍ତି।

ଏହି ଭିଡିଓରେ ବିରାଟ କୋହଲିଙ୍କ ବ୍ୟତୀତ କେ.ଏଲ୍ ରାହୁଲ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ନଜର ଆସିଛନ୍ତି। ସେହିପରି ପିଭି ସିନ୍ଧୁ, ମୀରା ବାଇ ଚାନୁ ଠାରୁ ନୀରଜ ଚୋପ୍ରା ଏବଂ କପିଲ ଦେବ ମଧ୍ୟ ଏହି ଭିଡିଓର ଏକ ଅଂଶ ହୋଇଛନ୍ତି।