ନୂଆଦିଲ୍ଲୀ : ଅଗି୍ନବୀରଙ୍କ ଲାଗି ପୁଣି ଏକ ଉପହାର ଦେଲେ କେନ୍ଦ୍ର ସରକାର । ସିଆଇଏସ୍ଏଫ୍ରେ ଚାକିରି ଲାଗି କେନ୍ଦ୍ର ଗୃହ ମନ୍ତ୍ରାଳୟ ପୂର୍ବତନ ଅଗ୍ନିବୀରଙ୍କ ପାଇଁ ୧୦% ସଂରକ୍ଷଣ ବ୍ୟବସ୍ଥା ଘୋଷଣା କରିଛି। କିଛିଦିନ ପୂର୍ବେ ମନ୍ତ୍ରାଳୟ ପୂର୍ବତନ ଅଗ୍ନିବୀରଙ୍କ ପାଇଁ ବିଏସ୍ଏଫ୍ରେ ୧୦% ସଂରକ୍ଷଣ ବ୍ୟବସ୍ଥା ଘୋଷଣା କରିଥିଲେ । ଏହାସହ ଗୃହ ବ୍ୟାପାର ମନ୍ତ୍ରାଳୟ ଉପର ବୟସ ସୀମାରେ ମଧ୍ୟ କୋହଳ କରିଛି। ଅଗ୍ନିବୀର ପ୍ରଥମ ବ୍ୟାଚ୍ କିମ୍ବା ପରବର୍ତ୍ତୀ ବ୍ୟାଚ୍ ହୋଇଥିଲେ ମଧ୍ୟ ବୟସ ସୀମାରେ କୋହଳ କରାଯାଇଛି। ବୟସ ସୀମା ବ୍ୟତୀତ, ପୂର୍ବତନ ଅଗ୍ନିବୀରଙ୍କ ପାଇଁ ଶାରୀରିକ ଦକ୍ଷତା ପରୀକ୍ଷାରେ ମଧ୍ୟ କୋହଳ କରାଯାଇଛି। ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ପୂର୍ବତନ ଅଗ୍ନିବୀର ପ୍ରଥମ ବ୍ୟାଚ ପାଇଁ ୫ ବର୍ଷ ପର୍ୟ୍ୟନ୍ତ ବୟସ ସୀମା କୋହଳ କରାଯାଇଥିବା ବେଳେ ଅନ୍ୟ ବ୍ୟାଚ୍ର ପ୍ରାର୍ଥୀଙ୍କ ପାଇଁ ୩ ବର୍ଷ ପର୍ୟ୍ୟନ୍ତ ବୟସ ସୀମା କୋହଳ କରାଯାଇଛି।