କରୋନା ସଂକ୍ରମଣ : ୫ ରାଜ୍ୟକୁ ସତର୍କସୂଚନା ଜାରି କଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି କରୋନା ମିଟର ।

0

(ଦିଲ୍ଲୀ) : ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି କରୋନା ମିଟର । କିଛି ଦିନର ବ୍ୟବଧାନ ପରେ ଦେଶରେ ୫ ରାଜ୍ୟକୁ ସତର୍କସୂଚନା ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ।

ଦିଲ୍ଲୀ, ହରିୟାଣା, କେରଳ, ମହାରାଷ୍ଟ୍ର ଏବଂ ମିଜୋରାମରେ ସଂକ୍ରମଣ ମାମଲା ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଚିଠି ଲେଖି ସତର୍କ କରାଇଛି।

ଗତ ୧ ଏପ୍ରିଲ ପର୍ଯ୍ୟନ୍ତ ସପ୍ତାହକୁ ୭୨୪ ନୂଆ ମାମଲା ରେକର୍ଡ ହେଉଥିଲା। ହେଲେ୨ରୁ ୮ ଏପ୍ରିଲ ମଧ୍ୟରେ ଏହି ସଂଖ୍ୟା ବଢି ୮ଶହ ୨୬କୁ ପହଞ୍ଚିଛି ବୋଲି ଉଲ୍ଲେଖ କରାଯାଇଛି। ଗତ ୨ ସପ୍ତାହ ହେଲା ଲଗାତାର କରୋନା ମାମଲା ଢି ଚାଲିଥିବା ବେଳେ ଏବେ କେବଳ ଦିଲ୍ଲୀରେ ଦୈନିକ ୧୧.୩୩ ପ୍ରତିଶତ ମାମଲା ଚିହ୍ନଟ ହେଉଛନ୍ତି। ଏଠାରେ ଦୈନିକ ସଂକ୍ରମଣ ହାର ୦.୫୧ରୁ ୧.୦୬ପ୍ରତିଶତକୁ ପହଞ୍ଚିଯାଇଛି।