ଫନି କ୍ଷୟକ୍ଷତି: ଚଳିତ ମାସ ଶେଷରେ ଦିଆଯିବ ଚୂଡାନ୍ତ ରିପୋର୍ଟ

0

(ଆଦର୍ଶ ରାଉତ) ଭୁବନେଶ୍ୱର: ସାମୁଦ୍ରିକ ଝଡ ଫନି ପ୍ରଭାବରେ ରାଜ୍ୟରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବାକୁ ଆସିଥିବା କେନ୍ଦ୍ର ସରକାରଙ୍କ ୧୧ ଜଣିଆ ଦଳ କ୍ଷୟକ୍ଷତିର ଆକଳନର ସମୀକ୍ଷା କରିଛନ୍ତି । ରାଜଧାନୀର ବିଭିନ୍ନ ବସ୍ତି ସମେତ କଳିଙ୍ଗଷ୍ଟାଡିୟମ ବୁଲି ଦେଖିଛନ୍ତି । ପରେ ଏହି ଦଳ ରାଜ୍ୟ ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ସମେତ ଉନ୍ନୟନ କମିଶନର, ସ୍ୱତନ୍ତ୍ର ରିଲିଫ କମିଶନଙ୍କ ସହହ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ ରାଜ୍ୟର ଜନସାଧାରଣଙ୍କ ହୋଇଥିବା କ୍ଷୟକ୍ଷତିର ଆକଳନ ଓ ରିଲିଫ ବଣ୍ଟନ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟସରକାରଙ୍କ ଦ୍ୱାରା ୧୨ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ପ୍ରାରମ୍ଭିକ ଅନୁଧ୍ୟାନରେ ରିପୋର୍ଟ ଦେଇଥିବା ବେଳେ ପରବର୍ତ୍ତି ସମୟରେ ଗାଁ ଗାଁ ବୁଲି କ୍ଷୟକ୍ଷତିର ତଥ୍ୟ ସଂଗ୍ରହ କରିବା ପରେ ପୂର୍ଣ୍ଣ ଆକଳନ ରିପୋର୍ଟ ଦିଆଯିବ ବୋଲି ମୁଖ୍ୟ ରିଲିଫ କମିଶନର କହିଛନ୍ତି । ପୂର୍ଣ୍ଣ ରିପୋର୍ଟ ଚଳିତ ମାସ ଶେଷ ସୁଦ୍ଧା ଦିଆଯିବ ବୋଲି ରିଲିଫ କମିଶନର କହିଛନ୍ତି ।