ଟିକା ବଣ୍ଟନରେ ପାତରଅନ୍ତର କରୁଛନ୍ତି କେନ୍ଦ୍ର ସରକାର; ମମତା ବାନାର୍ଜୀ

କରୋନା ଭ୍ୟାକ୍ସିନ ବଣ୍ଟନ ନେଇ କେନ୍ଦ୍ର ଉପରେ ପାତରଅନ୍ତର ଅଭିଯୋଗ ଆଣିଲେ ପଶ୍ଚିମଙ୍ଗ। କେନ୍ଦ୍ର ସରକାର କେବଳ ବିଜେପି ଶାସିତ ରାଜ୍ୟଗୁଡ଼ିକୁ ଅଧିକ ଟିକା ଦେଉଛନ୍ତି ହେଲେ ବେଙ୍ଗଲକୁ ଟିକା ମିଳୁନାହିଁ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ।

0

(ପଶ୍ଚିମବଙ୍ଗ) : କରୋନା ଭ୍ୟାକ୍ସିନ ବଣ୍ଟନ ନେଇ କେନ୍ଦ୍ର ଉପରେ ପାତରଅନ୍ତର ଅଭିଯୋଗ ଆଣିଲେ ପଶ୍ଚିମଙ୍ଗ। କେନ୍ଦ୍ର ସରକାର କେବଳ ବିଜେପି ଶାସିତ ରାଜ୍ୟଗୁଡ଼ିକୁ ଅଧିକ ଟିକା ଦେଉଛନ୍ତି ହେଲେ ବେଙ୍ଗଲକୁ ଟିକା ମିଳୁନାହିଁ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି । ଛୋଟ ରାଜ୍ୟଗୁଡ଼ିକ ପଶ୍ଚିମବଙ୍ଗ ଠାରୁ ଅଧିକ ଟିକା ପାଉଛନ୍ତି ବୋଲି ମମତା କହିଛନ୍ତି। ସେ କହିଛନ୍ତି “ଗୁଜରାଟ ପଶ୍ଚିମବଙ୍ଗ ଠାରୁ ଛୋଟ ହେଲେ ତାକୁ ଡବଲ କରୋନା ଟିକା ଦିଆଯାଇଛି। ତେବେ ମୋରେ ଏଥିରେ କୌଣସି ସମସ୍ୟା ନାହିଁ। କିନ୍ତୁ ମୋ ରାଜ୍ୟକୁ ଯଥେଷ୍ଟ ପରିମାଣରେ ଟିକା ମିଳିପାରୁନି ମୋରେ ସମସ୍ୟା ସେଠି ରହିଛି।”

ସୂଚନାନୁଯାୟୀ ,ସେହିପରି ବିଜେପି ଶାସିତ ଅନ୍ୟ ଏକ ରାଜ୍ୟର ଉଦାହରଣ ଦେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ମମତା। ସେ କହିଛନ୍ତି “କର୍ଣ୍ଣାଟକାର ଜନସଂଖ୍ୟା ୪ କୋଟି ହେଲେ ବେଙ୍ଗଲର ଜନସଂଖ୍ୟା ୧୧ କୋଟି ତେବେ ବି ଆମକୁ କମ୍‌ ଟିକା ଦିଆଯାଇଛି।” କୋଲକାତାରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କୁ ଏଭଳି ଟାର୍ଗେଟ୍ କରିବା ସହିତ ପ୍ରଧାନମନ୍ତ୍ରୀ ରାଜ୍ୟମାନଙ୍କ ଭିତରେ ଏପରି ଭେଦଭାବ କରନ୍ତୁ ନାହିଁ ବୋଲି ମମତା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରତ୍ୟେକା ରାଜ୍ୟ ଟିକା ପାଇବାର ଅଧିକାର ରହିଛି। କିନ୍ତୁ ବେଙ୍ଗଲର ଲୋକ ସମସ୍ୟା ଭୋଗୁଛନ୍ତି। ଯଦି ସେ ଟିକା ନପାଇବେ ତେବେ କେମିତି ରାଜ୍ୟବାସୀଙ୍କର ଟିକାକରଣ ହେବ ବୋଲି ମମତା କହିଛନ୍ତି। ତା ଛଡ଼ା ଟିକାକରଣରେ ବେଙ୍ଗଲ ନମ୍ବର ୱାନ୍‌ରେ ରହିଛି ବୋଲି ମମତା କହିଛନ୍ତି।