ନୂଆଦିଲ୍ଲୀ: ହ୍ୱାଟସଆପ ଅପଡେଟ ନୋଟିଫିକେସନକୁ ନେଇ ଚିନ୍ତାରେ ହ୍ୱାଟ୍ସଆପ ବ୍ୟବହାରକାରୀ । ବିଭିନ୍ନ ଏକ୍ସପର୍ଟ ଏହାକୁ ନେଇ ପ୍ରଶ୍ନ କରିବା ପରେ କେନ୍ଦ୍ର ସରକାର ଅପଡେଟ ପଲିସି ବାବଦରେ ସମୀକ୍ଷା କରୁଛନ୍ତି। ବିଭିନ୍ନ ହ୍ୱାଟସଆପ ୟୁଜର ନୂଆ ନୋଟିଫିକେସନ ଜରିଆରେ ଆଶଙ୍କା କରିଛନ୍ତି ଯେ ସେମାନଙ୍କର ଗୋପନୀୟତା ଉଲ୍ଲଂଘନ ହୋଇପାରେ। ହ୍ୱାଟସଆପ୍ ନୂଆ ଅପଡେଟରେ ୟୁଜରଙ୍କ ସହ ଜଡିତ ବିଭିନ୍ନ ତଥ୍ୟ ସଂଗ୍ରହ କରି ବ୍ୟବସାୟ କାରବାର କରିବା ପାଇଁ ଚେଷ୍ଟା କରୁଛି।
ନୂଆ ଅପଡେଟ ନୀତି ସହମତି ହେବା ପରେ ୟୁଜରଙ୍କ ଲୋକେସନ, ଫୋନ୍ ନମ୍ବର, ଠିକଣା ଏବଂ ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ମେସେଞ୍ଜର ସହିତ ବିଭିନ୍ନ ତଥ୍ୟ ଏକକୀକରଣ ହୋଇଯିବ, ଯାହା ୟୁଜରଙ୍କ ଗୋପନୀୟତାକୁ ଉଲଙ୍ଘନ କରିବ ବୋଲି ଅଭିଯୋଗ ହେଉଛି । ଦେଶରେ ଡାଟା ସୁରକ୍ଷାକୁ ନେଇ କୌଣସି ଆଇନ ନାହିଁ। ତେଣୁ ଏଭଳି ପରିସ୍ଥିତିରେ ହ୍ୱାଟସଆପର ନୂଆ ନୀତି ସହ ଜଡିତ ଅନେକ ଦିଗକୁ ଦେଖୁଛନ୍ତି ସରକାର।