ଭଦ୍ରକରେ ସିଇଓଙ୍କ ସମୀକ୍ଷା ବୈଠକ

0

ଭୁବନେଶ୍ୱର / ହରପ୍ରସାଦ ବିଶୋଇ : ନିର୍ବାଚନ ଆଦର୍ଶ ଅଚରଣବିଧି ଉଲଂଙ୍ଘନ୍ନ ଅଭିଯୋଗ ଆଧାରରେ ଆଜି ଭଦ୍ରକ ଗସ୍ତ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁନୀଲ ଲୋହାନୀ। ଏହି ଗସ୍ତରେ ଆସି ଭଦ୍ରକ ଜିଲ୍ଲାପାଳଙ୍କ ସହ ମିଶି ସମୀକ୍ଷା ବୈଠକ କରିଛନ୍ତି । ଜିଲ୍ଲାପାଳଙ୍କ ମୁଖ୍ୟ କାର୍ଯ୍ୟାଳୟରେ ଏହି ବୈଠକ ଆୟୋଜନ କରାଯାଇଥିଲା । ଜିଲ୍ଲାପାଳ ସିଦ୍ଦେଶ୍ୱର ବଳିରାମ ବୋନ୍ଦରଙ୍କ ଅଧକ୍ଷ୍ୟତାରେ ଅନୁଷ୍ଠିତ ଏହି ବୈଠକରେ ଉପଜିଲ୍ଲାପାଳ, ମୁଖ୍ୟ ନିର୍ବାଚନ ଅଧିକାରୀ, ଅତିରିକ୍ତ ନିର୍ବାଚନ ଅଧିକାରୀଙ୍କ ସହ ବହୁ ବିଶିଷ୍ଟ ପଦାଧିକାରୀ ବ୍ୟକ୍ତି ଯୋଗ ଦେଇଥିଲେ । ଶୃଙ୍ଖଳିତ ଭାବେ ନିର୍ବାଚନ ପରିଚାଳନା, ଭୋଟରଙ୍କ ସୁରକ୍ଷା ଏବଂ ବିଭିନ୍ନ ଅଭିଯୋଗ ଦିଗରେ ସମୀକ୍ଷା କରିଥିବା ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି ।

ସେହିଭଳି ଭୋଟରଙ୍କୁ ଲାଚଂ ଯାଚିବା, ଧମକ ଦେଖାଇବା, ପ୍ରଲୋଭନ ଭଳି ଆଚରଣବିଧି ଉଲ୍ଲଂଙ୍ଘନ ଦିଗରେ ପ୍ରମାଣ ତଥ୍ୟ ପାଇଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାଚନ ଆୟୋଗ ଦ୍ୱାରା ପ୍ରଚଳିତ ସି-ଭିଜିଲ୍ ପୋର୍ଟାଲରେ ଅଭିଯୋଗ ସହିତ ପ୍ରମାଣ ଅପଲୋଡ କରିବାର ୧୦୦ ମିନିଟ ଭିତରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିିଇଓ ସୁନୀଲ କୁମାର ଲୋହାନୀ ସ୍ପଷ୍ଟ କରିଛନ୍ତି । ସେହିଭଳି ମତଦାନ କେନ୍ଦ୍ରର ସମସ୍ତ ଆୟୋଜନ ଓ ପ୍ରକ୍ରିୟା ଉପରେ ସିଇଓ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଛନ୍ତି । ଶେଷରେ ସିଇଓ ଗଣତି କେନ୍ଦ୍ର ପରିଦର୍ଶନ କରି ଗସ୍ତକୁ ସଫଳତାର ସହ ଶେଷ କରିଛନ୍ତି ।