ସରିଲା ମାଆ ତାରିଣୀଙ୍କ ଚଇତି ପର୍ବ

ତେଣୁ ୯ ତାରିଖରୁ ବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ମାଆଙ୍କ ଜନ୍ମ ଦିନ ଧୁମ୍‌ଧାମରେ ପାଳନ କରାଯାଇଥିଲା ।

0

(କେଉଁଝର) : ଚଇତି ପର୍ବ ଦିନ ଘଟଗାଁବାସିନୀ ମାଆ ତାରିଣୀ ଆବିର୍ଭାବ ହୋଇଥିଲେ। ତେଣୁ ୯ ତାରିଖରୁ ବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ମାଆଙ୍କ ଜନ୍ମ ଦିନ ଧୁମ୍‌ଧାମରେ ପାଳନ କରାଯାଇଥିଲା । ତେବେ ଏହି ଉପଲକ୍ଷେ ଲକ୍ଷାଧିକ ଭକ୍ତ ମାଆଙ୍କୁ ଦର୍ଶନ କରିଛନ୍ତି।

ପ୍ରଥମେ ମାଆଙ୍କ ସ୍ନାନ ଓ ମହାସ୍ନାନ କରାଯାଇଥିଲା। ତା’ପରେ ମାଆଙ୍କୁ ସୁନା ବେଶରେ ସଜ୍ଜିତ କରାଯାଇଥିଲା। ଭୋର ୪ଟା ସବୁ ପୂଜା ସରିବା ପରେ ସାଧାରଣ ଦର୍ଶନ ପାଇଁ ମନ୍ଦିର ଖୋଲିଥିଲା। ମାଆଙ୍କ ପୂଜା କାର୍ଯ୍ୟରେ ୨୭ ଜଣ ପୂଜକ ନିୟୋଜନ ଅଛନ୍ତି। ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପରିଚାଳନା କମିଟି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।

। ପବିତ୍ର ବିଷୁବ ପଣା ସଂକ୍ରାନ୍ତି ଅବସରରେ ଦୀର୍ଘ ୮୬ ବର୍ଷ ଧରି ଏହି ପର୍ବ ଭକ୍ତି ଓ ନିଷ୍ଠାର ସହ ପାଳିତ ହୋଇଆସୁଛି।