ତୃତୀୟ ଦିନରେ ମା’ ତାରିଣୀଙ୍କ ଚଇତି ପର୍ବ

ଧୁମଧାମରେ ଚାଲିଛି ଘଟଗାଁ ମା’ ତାରିଣୀଙ୍କ ଚଇତି ପର୍ବ।

0

(କେନ୍ଦୁଝର) : ଧୁମଧାମରେ ଚାଲିଛି ଘଟଗାଁ ମା’ ତାରିଣୀଙ୍କ ଚଇତି ପର୍ବ। ଆଜି ଏହି ପର୍ବର ତୃତୀୟ ଦିନ। ଦୀର୍ଘ ସାତ ଦିନ ଧରି ଚାଲିବ ଏହି ନୀତିକାନ୍ତି । ଏହି ଅବସରରେ ମା’ ତାରିଣୀଙ୍କ ସୁନାବେଶ ଦର୍ଶନ ପାଇଁ ପୀଠରେ ଦେଖିବାକୁ ମିଳିଛି ଶ୍ରଦ୍ଧାଳୁଙ୍କ ଭିଡ଼।

ଶ୍ରଦ୍ଧାଳୁମାନେ ମନ୍ଦିରର ୩ନଂ ଗେଟ୍ ଦେଇ ମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି। ଶାନ୍ତି ଶୃଙ୍ଖଳାର ସହ ଦର୍ଶନ ଚାଲିଛି। ଏତଦ୍ ବ୍ୟତୀତ ଯେଉଁ ଶ୍ରଦ୍ଧାଳୁ ୧୦୮ ନଡ଼ିଆ ଯାଚିଥିବେ ସେମାନେ ନଡ଼ିଆକୁ ମା’ଙ୍କ ପରିସରରେ ବିରାଜମାନ ଥିବା ମା’ ଦୁଆରଶୁଣୀଙ୍କ ନିକଟରେ ଲଗାଇବାର ବ୍ୟବସ୍ଥା କରାଯାଇଛି।

ତେବେ ଚଇତି ପର୍ବରେ ଭକ୍ତଙ୍କ ଭିଡ଼କୁ ଏଡ଼ାଇବାକୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ଅପର ପକ୍ଷରେ ମା’ଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପ୍ରଶାସନ, ମନ୍ଦିର କର୍ମଚାରୀ ଓ ସ୍ଵେଚ୍ଛାସେବୀ ସଙ୍ଗଠନ ମୁତୟନ ହୋଇଛନ୍ତି।