ଆଜିଠୁ ମା ତାରିଣୀଙ୍କ ଚଇତି ପର୍ବ,ଲକ୍ଷାଧିକ ଭକ୍ତଙ୍କ ସମାଗମ

ଆଜିଠାରୁ ଆରମ୍ଭ ହୋଇଛି ଘଟଗାଁ ମାଆ ତାରିଣୀଙ୍କ ଚଇତି ପର୍ବ।

0

(କେଉଁଝର) : ଆଜିଠାରୁ ଆରମ୍ଭ ହୋଇଛି ଘଟଗାଁ ମାଆ ତାରିଣୀଙ୍କ ଚଇତି ପର୍ବ। ଉକ୍ତ ଦିନ ଅର୍ଥାତ ମାଙ୍କ ଜନ୍ମ ବାର୍ଷିକୀକୁ ଅତି ଧୁମଧାମରେ ଆଜିଥରୁ ଆରମ୍ଭ ହୋଇ ବିଷୁବ ପଣା ସଂକ୍ରାନ୍ତି ଯାଏଁ ପାଳନ କରାଯାଏ । କରୋନା କଟକଣା ଭିତରେ ଚଇତି ପର୍ବ ଅବସରରେ ଶ୍ରଦ୍ଧାଳୁମାନଙ୍କ ନାହିଁନଥିବା ଭିଡ଼ ଦେଖିବାକୁ ମିଳିଛି ।

କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବୀ ମାଆ ତାରିଣୀଙ୍କ ପୀଠରେ ୧୯୩୭ ମସିହା ଆଜିର ଦିନରେ ଆରମ୍ଭ ହୋଇଥିଲା ଚଇତି ପର୍ବ। ବାର୍ଷିକ ଉତ୍ସବରେ ମାଆଙ୍କ ସୁନାବେଶ ଦେଖିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ।

ମାଙ୍କ ପାଖରେ ସର୍ବଦା ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି। ତେଣୁ ମାଆଙ୍କ ଦର୍ଶନ ଲାଗି ଦୂରଦୁରାନ୍ତରୁ ଭକ୍ତଙ୍କ ସୁଅ ଛୁଟିଛି।