( ମମତା ସାମଲ) : ବିଜେପି ଛାଡିଲେ ପୂର୍ବତନ ସାଂସଦ ତଥା ବିଜେପିର ବରିଷ୍ଠ ନେତା ଚନ୍ଦନ ମିତ୍ର । ସେ ତୃଣମୂଳ କଂଗ୍ରେସରେ ଯୋଗଦେବା ନେଇ ଚର୍ଚ୍ଚା ହେଉଛି । ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନିଙ୍କ ସହଯୋଗୀ ଭାବେ ଚନ୍ଦନ ମିତ୍ର ଜଣାଶୁଣା । କିନ୍ତୁ ମୋଦି ଶାସନ କାଳରେ ସେ ଅଲୋଡା ହୋଇଯାଇଥିବାରୁ ବିଜେପି ଛାଡିଥିବା ଚର୍ଚ୍ଚା ହେଉଛି ।
ଚନ୍ଦନ ମିତ୍ର ୨୦୦୩ ଏବଂ ୨୦୦୬ରେ ଦୁଇଥର ଚନ୍ଦନ ମିତ୍ର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୪ ରେ ପଶ୍ଚିମବଙ୍ଗର ହୁଗୁଳି ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ । କିନ୍ତୁ ତୃଣମୂଳ କଂଗ୍ରେସ ପ୍ରାର୍ଥିଙ୍କଠାରୁ ସେ ପରାଜିତ ହୋଇଥିଲେ । ଏହାସହ ଚନ୍ଦନ ମିତ୍ର ମଧ୍ୟ ଓଡିଶା ବିଜେପିର ପ୍ରଭାରୀ ମଧ୍ୟ ରହିଥିଲେ ।
next post