ଘଣ୍ଟେଶ୍ୱରରେ ଚାନ୍ଦବାଲି ପ୍ରସିଦ୍ଧ ‘ପାଟଣ ମଙ୍ଗଳା’ ଯାତ୍ରା

0

ଚାନ୍ଦବାଲି(ହୃଷିକେଶ ପଣ୍ଡା): ଭଦ୍ରକ ଜିଲ୍ଲାର ଚାନ୍ଦବାଲି ସ୍ଥିତ ଘଣ୍ଟେଶ୍ୱରର ପାଟଣ ମଙ୍ଗଳା ଯାତ୍ରା ଆଜି ପଣା ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇଯାଇଛି | ଦୀର୍ଘ ପାଞ୍ଚ ଦିନ ପର୍ଯ୍ୟନ୍ତ ଏହି ପର୍ବ ଖୁବ ଆନନ୍ଦର ସହ ପାଳିତ ହେବ | ଏହି ଯାତ୍ରାରେ ଯାତ୍ରୀଙ୍କ ସମାଗମ କହିଲେ ନସରେ ଆଜିର ପ୍ରଥମ ଦିନରେ କରୋନା କଟକଣାର ଛବି କୌଣସି ଯାତ୍ରୀଙ୍କ ଆଖିରେ ଥିବାର ଅନୁମାନ କରାଯାଉନଥିଲା | ପ୍ରାୟ ଏକ ହଜାରରୁ ଉର୍ଧ୍ଵ ପାଟୁଆ ଆଜି ମାମଙ୍ଗଳାଙ୍କ ପାଖରେ ଥିବା ବିରାଟକାୟ ପୋଖରୀରେ ବୁଡ଼ ଦେଲା ପରେ ମାଙ୍କ ମନ୍ଦିରକୁ ଯାଇ ମାଙ୍କୁ ଦର୍ଶନ କରି ମାନସିକ ପୂରଣ କରିଥିଲେ |

ପ୍ରାୟ ଶହେ ବର୍ଷ ତଳର କିମ୍ବଦନ୍ତୀ କହେ ଯେ, ମାଧାମରାଇଙ୍କ ଭଉଣୀ ମା ମଙ୍ଗଳା ଏହି ଘଣ୍ଟେଶ୍ୱରର ପାଟଣ ଗାଁରେ ବିରାଜମାନ କରିଥିଲେ, ଏଥିପାଇଁ ଏହି ଯାତ୍ରାକୁ ଲୋକେ ପାଟଣ ମଙ୍ଗଳା ଯାତ୍ରା ବୋଲି କହିଥାନ୍ତି |ଆଜିର ପଣା ସଂକ୍ରାନ୍ତିରେ ଯାତ୍ରୀ ମାନଙ୍କର ଏତେ ଭିଡ ଯେ, ସୋରିଷ ବୁଣିଲେବି ତଳେ ପଡିବନାହିଁ ବିଶେଷ କରି ଏହି ସଂକ୍ରାନ୍ତି ଦିନ ଭଦ୍ରକ ଜିଲ୍ଲାର ପ୍ରତ୍ୟେକ ପ୍ରାନ୍ତରୁ ଯାତ୍ରୀ ମାନେ ଦେବିଙ୍କୁ ଦର୍ଶନ କରି ଫେରିଥାନ୍ତି | ଏହି ପାଞ୍ଚଦିନ ଧରି ଚାଲିଥିବା ଯାତ୍ରା ପାଇଁ ପ୍ରତ୍ୟେକ ଜିଲ୍ଲାରୁ ବ୍ୟବସାୟୀ ମାନେ ଆସି ନିଜର ବ୍ୟବସାୟ ଆନନ୍ଦ ମନରେ କରିଥାନ୍ତି |