ଓଡିଶା

ବିଶ୍ୱସ୍ତରୀୟ ହେବ ଚନ୍ଦ୍ରଭାଗା ବେଳାଭୂମି

(ଜୟନ୍ତ କୁମାର ସେଠୀ /ପୁରୀ): ରାଜ୍ୟରେ ପର୍ୟ୍ୟଟନ ଶିଳ୍ପର ବିକାଶ ନିମନ୍ତେ କୋଣାର୍କ ଚନ୍ଦ୍ରଭାଗାକୁ ଫୋକସରେ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପର୍ୟ୍ୟଟକମାନଙ୍କୁ କିଭଳି ଚନ୍ଦ୍ରଭାଗା ବେଳା ଭୂମି ଅ।କୃଷ୍ଟ କରିପାରିବ ଏଥିପାଇଁ ମାଷ୍ଟ୍ରର ପ୍ଲାନ ପ୍ରସ୍ତୁତ କରାଯାଇଛି । ବିଶେଷକରି ପୁରୀ କୋଣାର୍କ ବେଳାଭୂମିର ଚନ୍ଦ୍ରଭାଗା ଠାରେ ପ୍ରାୟ ୧ କିଲୋମିଟର ବ୍ୟାପି ଅଂଚଳର ବିକାଶ କରିବା ପାଇଁ ଖସଡା ପ୍ରସ୍ତୁତ କରାଯାଇଛି । ଯେଉଁ ଠାରେ ପର୍ୟ୍ୟଟକ ମାନଙ୍କ ପାଇଁ ଜଳକ୍ରିଡା,ସାଇକେଲ ଟ୍ରାକ, ସମୁଦ୍ରର କୂଳେ କୂଳେ କାଠର ଚଲାପଥ, ମୁକ୍ତ ରଙ୍ଗମଞ୍ଚ, ଛୋଟ ପିଲାଙ୍କ ଖେଳ ପାଇଁ ଅଞ୍ଚଳ, ସୂର୍ୟ୍ୟୋଦୟ ଦେଖିବା ପାଇଁ ମଞ୍ଚ, ଦୁଃସାହସିକ କ୍ରୀଡା ଆଦି ଅତ୍ୟାଧୁନିକ ସୁବିଧା ସେହି ସବୁ ସ୍ଥାନମାନଙ୍କରେ ଉପଲବ୍ଧ ହେବ । କେବଳ ଚନ୍ଦ୍ରଭାଗା ନୁହେଁ ବାଲେଶ୍ଵରର ତଳସାରୀରେ ମଧ୍ୟ ଅନୁରୂପ ବ୍ୟବସ୍ଥା କରାଯିବା ପାଇଁ ଉଚ୍ଚସ୍ତରୀୟ ବୈଠକରେ ଗତକାଲି ସ୍ଥିର କରାଯାଇଛି । ସେପଟେ କୋଣାର୍କ ଚନ୍ଦ୍ରଭାଗା ବେଳାଭୂମି ବିକାଶ ଦିଗରେ ସରକାର ନିଷ୍ପତ୍ତି ଗ୍ରହଣ ପରେ ପୁରୀ ଜିଲ୍ଲାପାଳ ଚନ୍ଦ୍ରଭାଗ ବେଳାଭୂମି ପରିଦର୍ଶନ କରିବା ସହିତ କୋଣାର୍କର ବିଭିନ୍ନ ଉନ୍ନୟନ କାର୍ୟ୍ୟର ତଦାରଖ କରିଛନ୍ତି । ଅପରପଟେ କୋଣାର୍କ ବେଳାଭୂମିର ଉନ୍ନତି ପାଇଁ ସରକାର ଫୋକସରେ ରଖିଥିବାରୁ ଉତ୍ସାହିତ ଅଛନ୍ତି ସ୍ଥାନୀୟ ବାସିନ୍ଦା ।

Related posts

ପରୀକୁ ନ୍ୟାୟ ଦେବାକୁ ଅରୁଣଙ୍କ ଭଗବାନଙ୍କୁ ପ୍ରାର୍ଥନା

Report

ବିଦ୍ୟୁତ ତାର ସ୍ପର୍ଶରେ ଆସି ୨ ଗୁରୁତର

Report

ସାବାସ ଗୌତମ ସାବାସ

Report

Leave a Comment