ଚନ୍ଦ୍ରବିଲ -ଧୋବାପାଳ ପ୍ରଧାନମନ୍ତ୍ରୀ ସଡକ ଶୋଚନୀୟ, ଉଚ୍ଚସ୍ତରୀୟ ତଦନ୍ତ ଦାବୀ

0

ଅନୁଗୁଳ/ଜ୍ୟୋତିରଂଜନ ଧର: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରୁଟୁଭୂଇଁ ଚନ୍ଦ୍ରବିଲ -ଧୋବାପାଳ ରାସ୍ତା ପାଲଟିଛି ଶୋବନୀୟ । ଗତ୨୯ ମାର୍ଚ୍ଚ ୨୦୧୭ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଏହାକୁ ସାମିଲ କରାଯାଇଥିଲା ବେଳେ ପ୍ରାୟ ୩କୋଟି ବ୍ୟୟ ସରିଛି । ହେଲେ ୪ବର୍ଷ ନପୁରୁଣୁ ରାସ୍ତାରୁ ପିଚୁ ଉଠି ଆଁ କରି ଉଠିଲାଣି । ମେଟାଲ୍ । ଏହି ରାସ୍ତାଟି କଣିହାଁ ବ୍ଲକରୁ ଅନୁଗୁଳକୁ ସଂଯୋଗ କରିଥାଏ । କମ ସମୟ ମଧ୍ୟରେ କଣିହାଁରୁ ଜିଲ୍ଲା ହେଡକ୍ୱାଟରକୁ ନିତି ବିଭିନ୍ନ କାମରେ ଲୋକେ ଯାତାୟତ କରିଥାନ୍ତି ଖାଲି ସେତିକି ନୁହେଁରୁ ବ୍ଲକସ୍ଥ ଜୁଲିବନ୍ଧ, ଦଣ୍ଡସିଂହା, ଖଇରିନାଳି, ଚନ୍ଦ୍ରବିଲି, ଧୋବାପାଳ, ସୋଲଡା, କଳମୁଛୁଇଁ ଗ୍ରାମଲୋକ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ଅନ୍ୟପକ୍ଷରେ କଣିହାଁ, ତାଳଚେର ଓ ଅନୁଗୁଳ ବ୍ଲକକୁ ଏହି ରାସ୍ତା ସଂଯୋଗ କରୁଥିବାରୁ ନିତି ଲୋକ ଏହି ରାସ୍ତା ଉପରେ ନିର୍ଭର କରି ଚଳାଚଳ କରିଥାନ୍ତି । ଏହି ରାସ୍ତା ହାତୀଙ୍କ ଚଲାପଥ ଥିବାରୁ ରାସ୍ତାର ବିପଦ ସଙ୍କୁଳ ରାସ୍ତା ଦେଇ ସଂଧ୍ୟା ହେଲେ ଲୋକ ଯାତାୟତ କରିବାକୁ ଅସୁରକ୍ଷିତ ମଣୁଛନ୍ତି । ୬କିମି (ଦୈର୍ଘ୍ୟ)ଦୂରତ୍ୱ ବିଶିଷ୍ଠ ଏହି ରୁଟୁଭୂଇଁ ଚନ୍ଦ୍ରବିଲ ଠାରୁ ଧୋବାପାଳ ରାସ୍ତାକୁ ପିଚୁରେ ପରିଣତ ସହିତ ୧୨ଟି ପୋଲ ନିର୍ମାଣ ପାଇଁ ପ୍ରାୟ ୩କୋଟି ଖର୍ଚ୍ଚ ହୋଇଥିଲା । ୨୦୧୮ ମସିିହାରେ ରାସ୍ତା କାମ ସରିଥିବା ବେଳେ ତପନ କୁମାର ସାହୁ ନାମଧାରୀ ଠିକାଦାର ଏହି କାମ ସମ୍ପାଦନ କରିଥିଲେ ବୋଲି ସୂଚନା ଫଳକରେ ସ୍ପଷ୍ଟ ଉଲ୍ଲେଖ ରହିଛି । ଏପରିକି ଏହି ରାସ୍ତା ନିର୍ମାଣ ପରେ ୨୦୧୯-୨୦ ଠାରୁ ୫ବର୍ଷ ପର୍ଯ୍ୟନ୍ତ ମରାମତି ପାଇଁ ୨୩.୦୨ ଲକ୍ଷ ଧାର୍ଯ୍ୟ ହୋଇଛି । ପ୍ରତି ବର୍ଷ ନିମ୍ନମାନର ରାସ୍ତା ମରାମତି ନିମ୍ନମାନର ହେଉଛି । ଫଳରେ ରାସ୍ତାର ଅବସ୍ଥା ଏଭଳି ହୋଇଛି । ସରକାରୀ ରାଜକୋଷରୁ ଅର୍ଥରେ ଏହି ନିମ୍ନମାନ ରାସ୍ତା ମରାମତି ହେବା ନେଇ ସବୁ ଜାଣି ବିଭାଗ ଚୁପ୍ ବସିଛି । ଏନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ପ୍ରାକ୍ତନ ରାଜ୍ୟସଭା ସାଂସଦ ରୁଦ୍ର ନାରାୟଣ ପାଣି । ବିଭାଗୀୟ ଅଧିକାରୀ ଓ ଠିକାଦାର ମଧ୍ୟରେ ମନ୍ଦ ଉଦ୍ଦେଶ୍ୟ ଜଳଜଳ । ରାସ୍ତା ନିର୍ମାଣ ନାମରେ କୋଟି କୋଟି ଟଙ୍କା ବରବାଦ୍ କରି ଏଭଳି ନିମ୍ନମାନର ରାସ୍ତା ନିର୍ମାଣ ହେବା ସରକାରୀବାବୁ ମାନଙ୍କର ପାରିବା ପଣିଆ ପଦାରେ ପଡିଛି । ଏଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଅନୁଗୋଳ ଯୁବ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବି ବୋଲି ସାଂସଦ ଶ୍ରୀଯୁକ୍ତ ପାଣି ଆଜି କଣିହାଁ ଦିନିକିଆ ପରିଦର୍ଶନରେ ଆସି ପ୍ରମେୟକୁ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଏହି ରାସ୍ତା ଉପରେ ଚଳାଚଳ କରୁଥିବା ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ସେମାନେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ବିରୋଧରେ ଖୁବ୍ ଶିଘ୍ର ଜିଲ୍ଲାପାଳଙ୍କୁ ଏହି ନିମ୍ନମାନର ରାସ୍ତା ବିଷୟରେ ଫେରାଦ୍ ହେବେ ବୋଲି ଚନ୍ଦ୍ରବିଲ୍ ଅଧିବାସୀଙ୍କ ସୂତ୍ରରୁ ପ୍ରକାଶ ।