ପରଲୋକରେ ବଲିଉଡର ଜଣାଶୁଣା ଅଭିନେତା ଚନ୍ଦ୍ରଶେଖର ବୈଦ୍ୟ

ଆରପାରିରେ ବଲିଉଡର ଜଣାଶୁଣା ଅଭିନେତା ଚନ୍ଦ୍ରଶେଖର ବୈଦ୍ୟ। ବୟସ ସମ୍ବନ୍ଧୀୟ ସମସ୍ୟା ହେତୁ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା। ରାମାୟଣରେ ରାଜା ଦଶରଥଙ୍କ ମହାମନ୍ତ୍ରୀ

0

(ମୁମ୍ବାଇ) : ଆରପାରିରେ ବଲିଉଡର ଜଣାଶୁଣା ଅଭିନେତା ଚନ୍ଦ୍ରଶେଖର ବୈଦ୍ୟ। ବୟସ ସମ୍ବନ୍ଧୀୟ ସମସ୍ୟା ହେତୁ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା। ରାମାୟଣରେ ରାଜା ଦଶରଥଙ୍କ ମହାମନ୍ତ୍ରୀ ‘ସୁମନ୍ତ’ ଭୂମିକାରେ ଅଭିନୟ କରି ବେଶ୍‌ ଲୋକପ୍ରିୟ ସାଉଁଟିଥିଲେ ଚନ୍ଦ୍ରଶେଖର। ଏହି ସିରିଏଲ ଏତେ ଲୋକପ୍ରିୟ ଥିଲା ଯେ ଲୋକମାନେ ଆଜିବି ରାମାନନ୍ଦ ସାଗରଙ୍କ ରାମାୟଣର ପ୍ରତିଟି ଚରିତ୍ରକୁ ମନେ ରଖିଛନ୍ତି ।

ସୂଚନାନୁଯାୟୀ , ଗତ ୧୨ ତାରିଖରେ ଚନ୍ଦ୍ରଶେଖରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବୟସ ସମ୍ବନ୍ଧୀୟ ସମସ୍ୟା ହେତୁ ତାଙ୍କୁ କ୍ରିଟି କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଲୋକେ ଏହି ଦିଗ୍ଗଜ କଳାକାରଙ୍କୁ ‘ଚନ୍ଦ୍ରଶେଖର ସାବ୍‌’ ନାଁରେ ଡାକନ୍ତି। ସେ ତାଙ୍କ କ୍ୟାରିୟରରେ ୧୧୦ରୁ ଅଧିକ ଫିଲ୍ମ କରିଛନ୍ତି। ସେଥିମଧ୍ୟରୁ ୧୯୬୪ରେ ରିଲିଜ ହୋଇଥିବା ଫିଲ୍ମ ‘ ଚା ଚା ଚା’ ଏବହ ୧୯୬୬ରେ ରିଲିଜ ହୋଇଥିବା ଫିଲ୍ମ ‘ ଷ୍ଟ୍ରିଟ୍‌ ସିଙ୍ଗର’ ଚଳଚ୍ଚିତ୍ରର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ। ସେ ରାମାନନ୍ଦ ସାଗର ରାମାୟଣରେ ରାଜା ଦଶରଥଙ୍କ ମହାମନ୍ତ୍ରୀ ସୁମନ୍ତଙ୍କ ଭୂମିକାରେ ଅଭିନୟ କରିଥିଲେ। ସେ ଏହି ଭୂମିକାରୁ ବହୁ ଲୋକପ୍ରିୟତା ହାସଲ କରିଥିଲେ । ଚନ୍ଦ୍ରଶେଖର ରାମାନନ୍ଦ ସାଗରଙ୍କର ଜଣେ ଘନିଷ୍ଠ ବନ୍ଧୁ ଥିଲେ।