ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ଆସିଲା ସାମାନ୍ୟ ପରିବର୍ତ୍ତନ ।

0

(ଭୁବନେଶ୍ୱର) : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ଆସିଲା ସାମାନ୍ୟ ପରିବର୍ତ୍ତନ । ୩ଟି ବିଷୟର ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି।

କଳା ଓ ବିଜ୍ଞାନ ବିଭାଗର ଗଣିତ, କଳା ବିଭାଗର ଗୃହ ବିଜ୍ଞାନ ଓ ଧନ୍ଦାମୂଳକ ବିଭାଗର ବାୟୋଲୋଜି। ଏସବୁ ବିଷୟର ପରୀକ୍ଷା ମେ’ ୧୯ ତାରିଖରେ କରିବାକୁ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଏଥିରେ ସାମାନ୍ୟ ପରିବର୍ତ୍ତନ କରି ମେ’ ୧୯ ବଦଳରେ ମେ’ ୩୧ ତାରିଖରେ କରିବାକୁ ପରିଷଦ ନିଷ୍ପତ୍ତି ନେଇଛି।

କାରଣ ବିଜ୍ଞାନ ବିଭାଗ ପିଲାଙ୍କ ପରୀକ୍ଷା ସୂଚୀରେ କମ୍ ବ୍ୟବଧାନ ରହୁଛି। ତେଣୁ ପରୀକ୍ଷାର୍ଥୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏପିରି ପରିବର୍ତ୍ତନ କରିବାକୁ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।