ୟୁକ୍ରେନର ନେତାଙ୍କୁ ବାଛି ବାଛି ହତ୍ୟା କରିବ ଚେଚନ ସ୍ପେସାଲ ଫୋର୍ସ!

0

ଖାରକିଭ୍: ଯୁଦ୍ଧର ଦିନ ଯେତେ ବଢ଼ୁଛି, ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅଧିକ ବିପଦଜନକ ହେବାରେ ଲାଗିଛନ୍ତି । ପ୍ରଥମେ ସେ ୟୁକ୍ରେନର ଆତ୍ମା ବିଶ୍ୱାସକୁ ଦୁର୍ବଳ କରିବା ପାଇଁ ଋଷର ପରମାଣୁ ଡିଟରଣ୍ଟ ଫୋର୍ସକୁ ହାଇ ଆଲର୍ଟରେ ରଖିଛନ୍ତି । ବର୍ତ୍ତମାନ ସେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସମେତ ୟୁକ୍ରେନର ପ୍ରମୁଖ ନେତାଙ୍କୁ ହତ୍ୟା କରିବା ପାଇଁ ଘାତକ ଚେଚେନ ଫୋର୍ସକୁ ସବୁଜ ସଙ୍କେତ ଦେଇଛନ୍ତି ।ଚେଚେନ୍ୟାର ପ୍ରଧାନମନ୍ତ୍ରୀ ରମଜାନ କାଦିରୋଭ ଶୁକ୍ରବାର ଏକ ଭିଡିଓ ଜାରି କରି କହିଛନ୍ତି ଯେ, ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ସମର୍ଥନ କରିବା ପାଇଁ ଚେଚେନ ସୈନ୍ୟ ପଠାଯିବ । ବର୍ତ୍ତମାନ ପ୍ରଶ୍ନ ଉଠୁଛି କିଏ ଏହି ଚେଚନ? ଚେଚେନ ହେଉଛି ଏକ ନୃଜାତୀୟ ସମୂହ ଯେଉଁମାନେ ହଜାର ହଜାର ବର୍ଷ ଧରି ଉତ୍ତର କାକେଶସର ଉଚ୍ଚଭୂମିରେ ବାସ କରିଆସୁଛନ୍ତି । କାଦିରୋଭ କହିଛନ୍ତି ଯେ, ଋଷର ସେନାକୁ ମଜବୁତ କରିବା ପାଇଁ ପ୍ରାୟ ୧୦,୦୦୦ ଚେଚେନ ସୈନିକ ଙ୍କୁ ୟୁକ୍ରେନକୁ ପଠାଯାଉଛି । ଚେଚେନ ଫୋର୍ସ ହେଉଛି ଚେଚେନ୍ୟାର ଫେଡେରାଲ ଗାର୍ଡ ସର୍ଭିସର ସାଉଥ ବାଟାଲିଅନର ଯୋଦ୍ଧା । ଏଥିରୁ ଜଣାଯାଉଛି ଯେ ଋଷ ୟୁକ୍ରେନ ନେତାଙ୍କୁ ବାଛି ବାଛି ହତ୍ୟା କରିବାକୁ ଚାହୁଁଛି ।